ଶାରଳା ପଞ୍ଜିକା ଲୋକାର୍ପିତ

 ଭୁବନେଶ୍ୱର : ଆଜି ସାରଳା ଦାସ ସ୍ମୃତି ସଂସଦ, ଭୂବନେଶ୍ୱର ଅନୁଷ୍ଠାନ ତରଫରୁ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ନାମରେ ଆଜିକୁ ଦଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ଶାରଳା ପଞ୍ଜିକା ୨୦୨୫-୨୬  ସଚିବାଳୟର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଲୋକର୍ପିତ ହୋଇଯାଇଛି । 
ଉକ୍ତ କାର୍ଯ୍ୟକ୍ରମରେ ସଚିବାଳୟ ସେବା ସଂଘର ପ୍ରାକ୍ତନ ସଭାପତି କୃଷ୍ଣପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ପଞ୍ଜିକା ହେଉଛି ଆମ ଓଡ଼ିଆ ତଥା ଜଗନ୍ନାଥ ସଂସ୍କୃତି ଓ ସଂସ୍କାରର ମାର୍ଗ ଦର୍ଶିକା ପୁସ୍ତିକା ଯାହାକୁ ଅନୁସରଣ କରି ପ୍ରତ୍ୟେକ ଓଡ଼ିଆ ତାଙ୍କର ଦୈନନ୍ଦିନ କାର୍ଯ୍ୟ କରିଥାନ୍ତି । ଉକ୍ତ ଉସôବରେ ପଞ୍ଜିକା ଗଣନାକାର ଜ୍ୟୋତିର୍ବିଦ୍ୟା ବାରିଧି ପ୍ରଦୀପ୍ତ କୁମାର ବିଶ୍ୱାଳ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଉପଶାସନ ସଚିବ ପ୍ରଦିପ କୁମାର ରାଉତ, ଗ୍ରାମ୍ୟ ଉନ୍ନୟନ ବିଭାଗର ଉପଶାସନ ସଚିବ ବନମାଳୀ ବେହେରା, ରାଜସ୍ୱ ଓ ପ୍ରଶମନ ବିଭାଗର ଅଶ୍ୱିନୀ ଷଡ଼ଙ୍ଗୀ,    ଯୋଜନା ଓ ସଂଯୋଜନ ବିଭାଗର ସୁକାନ୍ତ କୁମାର ଦାସ, ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗର ଶେଷଦେବ ଖଟୁଆ, ସଂସଦୀୟ ବ୍ୟାପାର ବିଭାଗର ନିରଞ୍ଜନ ପଣ୍ଡା, ସୁବ୍ରତ ପଣ୍ଡା, ପତିତପାବନ ଶର୍ମା ପ୍ରମୁଖ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।