ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିଅନସିପର ତୃତୀୟ ଦିନରେ ୭ଟି ମ୍ୟାଚ୍ ଚମକିିଲେ ମହିଳା ଏସ୍ଏସ୍ବି 

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚାମ୍ପିଅନସିପ୍ର ତୃତୀୟ  ଦିନରେ ୭ଟି ମ୍ୟାଚ୍ ଖେଳାଯାଇଛି । ବୁଧବାର ପ୍ରଥମ ମ୍ୟାଚ୍ ଚଣ୍ଡିଗଡ଼ ଓ ଉତ୍ତରାଖଣ୍ଡ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଉତ୍ତରାଖଣ୍ଡ ଚଣ୍ଡିଗଡ଼ ପୁଲିସ ଦଳକୁ ୯-୦ ଗୋଲରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ୍ ଆଇଟିବିପି ଓ ରାଜସ୍ଥାନ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଆଇଟିବିପି ରାଜସ୍ଥାନ ପୁଲିସକୁ ୮-୩ ଗୋଲରେ ହରାଇଥିଲା । ସେହିପରି ମଣିପୁର ଓ ଝାଡ଼ଖଣ୍ଡ ପୁଲିସ ମଧ୍ୟରେ ତୃତୀୟ ମ୍ୟାଚ୍ ଖେଳାଯାଇଥିଲା । ମଣିପୁର, ଝାଡ଼ଖଣ୍ଡକୁ ୩-୧  ଗୋଲରେ ହରାଇଥିଲା । ଚତୁର୍ଥ ମ୍ୟାଚ୍ ପଶ୍ଚିମବଙ୍ଗ ଓ ଛତିଶଗଡ଼ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ପଶ୍ଚିମବଙ୍ଗ ଛତିଶଗଡ଼ ପୁଲିସ ଦଳକୁ  ୬-୩ ଗୋଲରେ ପରାସ୍ତ କରିଥିଲା । ପଞ୍ଚମ ମ୍ୟାଚ୍ ଏସ୍ଏସ୍ବି ଓ ଗୁଜୁରାଟ ମହିଳା ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏସ୍ଏସ୍ବି ମହିଳା ଦଳ ଚମକôାର ଖେଳ ପ୍ରଦର୍ଶନ କରି ଗୁଜୁରାଟ ମହିଳା ପୁଲିସକୁ ୧୭-୦  ଗୋଲରେ ପରାସ୍ତ କରିଥିଲା ।
ସେହିପରି ଘରୋଇ ଓଡିଶା ଓ ଉତ୍ତର ପ୍ରଦେଶ ପୁଲିସ ଦଳ ମଧ୍ୟରେ ଷଷ୍ଠ ମ୍ୟାଚ୍ ଖେଳା ଯାଇଥିଲା । ଏହି ମ୍ୟାଚରେ  ଉତ୍ତର ପ୍ରଦେଶ, ଘରୋଇ ଓଡିଶା ପୁଲିସ ଦଳକୁ୨-୧ ଗୋଲରେ ପରାସ୍ତ କରିଛି । ସପ୍ତମ ମ୍ୟାଚ୍ ଜାମ୍ମୁ କାଶ୍ମୀର ଓ  ଗୁଜୁରାଟ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଜାମ୍ମୁ କାଶ୍ମୀର ଦଳ ଗୁଜୁରାଟ ପୁଲିସ ଦଳକୁ ୧୮-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଛି ।
ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଅର୍ଥ ବିଭାଗ ପ୍ରମୁଖ ସଚିବ ସାଶ୍ୱତ ମିଶ୍ର, ଭିଜିଲାନ୍ସ ନିଦେ୍ର୍ଦଶକ ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୁଲିସ କମିଶନର (ଭୁବନେଶ୍ୱର-କଟକ) ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ରାଜେଶ କୁମାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ୟାଚ୍ ଗୁଡିକରେ  ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉସôାହିତ କରିଥିଲେ ।