ସବୁ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ନୁହଁନ୍ତି ପ୍ରାର୍ଥୀ

ସବୁ ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ ନୁହଁନ୍ତି ପ୍ରାର୍ଥୀ


ନୂଆଦିଲ୍ଲୀ : ପାଖେଇ ଆସିଲାଣି ନିର୍ବାଚନୀ ତାରିଖ । ଜଣକ ପରେ ଜଣେ ପ୍ରାର୍ଥୀ ଏବେ ନିଜ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରୁଛନ୍ତି । ତେବେ ପ୍ରାର୍ଥୀଙ୍କୁ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେବା ଜୁରୁରୀ ନୁହେଁ । ସେ ଏଥିପାଇଁ ବାଧ୍ୟ ନୁହନ୍ତି । ଦାମୀ ତଥା ସୌଖୀନ ଜୀବନ ଶୈଳୀ ସହ ଜଡିତ ସମ୍ପତ୍ତିର ତାଲିକା ଦେଇପାରିବେ ପ୍ରାର୍ଥୀ ।  ଏକ ଆବେଦନର ଶୁଣାଣି କରି ଆଜି ଏଭଳି କିଛି କହିଛନ୍ତି ଦେଶର ସର୍ବୋଚ୍ଚକୋର୍ଟ । 
ଭୋଟରଙ୍କୁ କୌଣସି ବି ପ୍ରାର୍ଥୀଙ୍କ ସବୁ ସମ୍ପତ୍ତି ବିଷୟରେ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ନାହିଁ । ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ନିଜର ତଥା ନିଜ ଘର ଲୋକଙ୍କ ନାଁରେ ଥିବା ପ୍ରତ୍ୟେକ ସମ୍ପତ୍ତିର ଖୁଲାସା କରିବା ଦରକାର ନାହିଁ । ଅପ୍ରାସାଙ୍ଗିକ ପ୍ରସଙ୍ଗରେ ପ୍ରାର୍ଥୀଙ୍କ ପାଖରେ ଗୋପନୀୟତା ଅଧିକାର ରହିଛି । କେବଳ ଅଧିକ ମୂଲ୍ୟ ତଥା ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଦର୍ଶାଉ ଥିବା ସମ୍ପତ୍ତିର ତାଲିକା ପ୍ରାର୍ଥୀ ପ୍ରକାଶ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରାର୍ଥୀ ନିଜର ପୋଷାକ, ଜୋତା, ବାସନକୁସନ, ଷ୍ଟେସନାରୀ, ଫର୍ଣ୍ଣିଚର ଭଳି ସମସ୍ତ ସମ୍ପତ୍ତିର ଖୁଲାସା କରିବା ଆବଶ୍ୟକ ନାହିଁ । ଯଦି ଅତ୍ୟନ୍ତ ଜରୁରୀ ଥାଏ ତେବେ ପ୍ରାର୍ଥୀ ନିଜ ସବୁ ସମ୍ପତ୍ତିର ତାଲିକା ପ୍ରକାଶ କରିବେ । ଅରୁଣାଚଳର ତେଜୁ ବିଧାନଭାରେ ସ୍ୱାଧୀନ ବିଧାୟକ ଥିବା କାରିଖୋ କ୍ରିଙ୍କ ନିର୍ବାଚନକୁ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ଦ୍ଭ ୭ ପୃଷ୍ଠାରେ...