ନବୀନଙ୍କୁ ଭେଟିଲେ ଜାତିସଂଘର ଆବାସିକ ସଂଯୋଜକ ଓଡ଼ିଶାକୁ ଜାତିସଂଘର ପ୍ରଶଂସା
ଭୁବନେଶ୍ୱର : ଜାତିସଂଘର ଆବାସିକ ସଂଯୋଜକ ସୋମ୍ବି ଶାର୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା, ୫ଟି ପ୍ରଶାସନ, ମାନବ ବିକାଶ ସୂଚକାଙ୍କ ଓ ମିଲେଟ ମିଶନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି ।
ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଓଡ଼ିଶାର ବିକାଶ ପ୍ରକ୍ରିୟା ଓ ଜାତିସଂଘର ବିଭିନ୍ନ ଏଜେନ୍ସୀ ସହ ରାଜ୍ୟ ସରକାରଙ୍କ ସହଭାଗିତା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ମାନବ ବିକାଶ ସୂଚକାଙ୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକାକୁ ସେ ପ୍ରଶଂସା କରିଥିଲେ । ୧୯୯୯ ମହାବାତ୍ୟାରେ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିପର୍ଯ୍ୟୟ ପରିଚାଳନାକୁ ଗୁରୁତ୍ୱ ଦେଇଥିଲେ ।