ପଣାରୁ କଲବଲ କରିବ ତାତି

ଭୁବନେଶ୍ୱର : କାଳବୈଶାଖୀ ବର୍ଷା ଯୋଗୁ ତିନି ଦିନ ହେଲା ତାତିରୁ ମିଳୁଛି ଆଶ୍ୱସ୍ତି । ଖରାର ପ୍ରକୋପ କମିଛି । ଏମିତି ପାଗ ଆଉ ତିନି ·ରି ଦିନ ରହିପାରେ । କିନ୍ତୁ ତା'ପରେ ପୁଣି ଅବସ୍ଥା ଅସମ୍ଭାଳ ହୋଇପାରେ । ତାତି ବଢି ପାରେ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି, ୧୩ ତାରିଖ ପରଠୁ ରାଜ୍ୟରେ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହିତ ପୁଣି ଦିନ ତାପମାତ୍ରାରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ।
ଆଜି ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଥିବା ବେଳେ ରାଜ୍ୟର ଆଉ କିଛି ସ୍ଥାନରେ ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରୀ ପାର ହୋଇଥିଲା । ପାରାଦୀପରେ ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ସର୍ବାଧିକ ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ·ନ୍ଦବାଲିରେ ୩୫.୨, ଗୋପାଳପୁରରେ ୩୪.୨, ବାଲେଶ୍ୱରରେ ୩୪.୨, ପୁରୀରେ ୩୨.୮, କେନ୍ଦୁଝରରେ ୩୨.୪, ଭୁବନେଶ୍ୱରରେ ୩୧, ରାଉରକେଲାରେ ୩୦.୨, ଝାରସୁଗୁଡ଼ାରେ ୨୭.୬, ସମ୍ବଲପୁରରେ ୨୫.୮ କରାଯାଇଛି ।