ସାଂସଦ ଓ ବିଧାୟକଙ୍କ ଦ୍ୱାରା ପଞ୍ଚାୟତ ସମିତି ବୈଠକ 

କୋରାପୁଟ  : କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ରହିଥିବା ଦଶମନ୍ତପୁର ବ୍ଲକରେ ଆଜି ମିଶନ ଶକ୍ତି ସଭାଗୃହ ଠାରେ ୧୬ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ଲୋକମାନଙ୍କୁ ନେଇ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋରାପୁଟ ସାଂସଦ ମାନ୍ୟବର ସପ୍ତଗିରି ଉଲଙ୍କା ଏବଂ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଯୋଗ ଦେଇ ଉନ୍ନୟନ ମୂଳକ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ ଦେଇଥିଲେ । କାରଣ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ନିଜ ନିଜର ପଞ୍ଚାୟତର ପ୍ରତି ଗାଁ ଓ ଲୋକମାନଙ୍କ ବିଭିନ୍ନ ସମସ୍ୟା ସହିତ ଜଡିତ ରହିଥାନ୍ତି । ଏଥିପାଇଁ ସ୍ଥାନୀୟ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ବ୍ଲକ ଓ ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିିନିଧି ମାନଙ୍କୁ ଅଗ୍ରାଧିକାର ଦେଇ ସମସ୍ୟାର ସମାଧାନ କରିବା ପାଇଁ ସାଂସଦ ଓ ବିଧାୟକ  ଉପସ୍ଥାପନ କରିଛନ୍ତି । ଏଥିସହ ୧୬ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଯଥା ଶୀଘ୍ର ପଞ୍ଚାୟତର ବିକାଶ ମୁଳକ କାମର ତାଲିକା ପ୍ରସ୍ତୁତ କରି ବ୍ଲକ କାର୍ଯ୍ୟାଳୟରେ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ବୈଠକ ମୁଖ୍ୟ ଉଦେ୍ଦଶ୍ୟ ହେଲା ବିଭିନ୍ନ ବିଭାଗର ଯୋଜନା ଉପରେ  ଯାହାର ଯେଉଁ ବିଭାଗରେ ସମସ୍ୟା ଗୁଡିକ ରହିଛି ତାହା ଯଥା ଶୀଘ୍ର ବ୍ଲକର ବିକାଶ ନିମନ୍ତେ ପ୍ରଶାସନକୁ କାର୍ଯ୍ୟକାରୀ କରିବାପାଇଁ ଚେତାବନୀ ଦେଇଛନ୍ତି । ଏଥିରେ ସ୍ଥାନୀୟ ବିଡ଼ିଓ ମିଳନ କୁମାର ଝାଙ୍କର ଏବଂ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣିମା ଜାନୀଙ୍କ ଗୁରୁତ୍ୱପୂର୍ଣ୍ଣ ସଭାପତିତ୍ୱରେ ଆୟୋଜନ କରିଥିବା ବେଳେ ସମ୍ମାନିତ ଭାବେ ବ୍ଲକ ଉପାଧ୍ୟକ୍ଷ ଅରୁଣ କୁମାର ଚେଟୀ, ବ୍ଲକର ବରିଷ୍ଠ ନେତା ବ୍ଲକ ଏମ୍ପି ପ୍ରତିନିଧି ପଙ୍କଜ ବାଘ, ସଭାପତି କୈଲାସ ଖୋସଲା ଜିଲ୍ଲା ପରିଷଦ ସଭ୍ୟ ଲଳିତା ଜାନୀ ଓ ଧନପତି ସାଉନ୍ତା, ଅତିରିକ୍ତ ତହସିଲଦାର ଜଗୁ ପୂଜାରୀ , ଡାକ୍ତର ଦିପକ କୁମାର ସାମଲ, ଜିପିଡିଓ ବେଦବ୍ୟାସ ହରପାଳ ଏବଂ ଆଇଆଇସି କୁସୁମା ହାଁସଦା ଯୋଗ ଦେଇ ଥିଲେ । ଏଥି ସହ ସମସ୍ତ ବିଭାଗୀୟ ଅଧିକାରୀ, ବ୍ଲକ ସମ୍ପାଦକ ମହୋନ ପାତ୍ର ହିଆଲ, ବ୍ଲକ ଯୁବ ସଭାପତି ଅଶୋକ ଖୋସଲା ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଇତ୍ୟାଦି ଉପସ୍ଥିତ ଥିଲେ ।