ସୈଫ ଅଲ୍ଲୀ ଖାନଙ୍କୁ ବାସଭବନରେ ଛୁରାମାଡ଼

ସୈଫ ଅଲ୍ଲୀ ଖାନଙ୍କୁ ବାସଭବନରେ ଛୁରାମାଡ଼

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ  ହୋଇଛି ଆକ୍ରମଣ। ସୈଫ ଅଲ୍ଲୀ ଖାନଙ୍କ ମୁମ୍ବାଇ ବାସଭବନରେ ତାଙ୍କୁ ହତ୍ୟା ଉଦ୍ୟମ ହୋଇଥିବାର ଖବର ମିଳିଛି । ଏହି ଘଟଣା ବଲିଉଡରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ସମୟରେ ଘରେ ସୈଫ ଅଲ୍ଲୀ ଖାନଙ୍କ ଦ୍ବତୀୟ ପତ୍ନୀ କରୀନା କପୁର ଖାନ୍ କିମ୍ବା ପୁଅ ନଥିବା ଜଣାଯାଇଛି। ଜଣେ ଅଜଣା ବ୍ୟକ୍ତି ଚୋରି ଉଦ୍ଦେଶ୍ୟରେ ସୈଫଙ୍କ ଘରେ ପ୍ରବେଶ କରିଥିବା ନେଇ ଖବର ମିଳିଥିଲା। କିନ୍ତୁ ଏବେ ଆସିଥିବା ଖବର ଅନୁସାରେ, ସୈଫ ଅଲ୍ଲୀ ଖାନ ଜଣେ ଅଜଣା ବ୍ୟକ୍ତିଙ୍କ ସହ ଝଗଡ଼ା କରିଥିବା ଅଭିଯୋଗ ହୋଇଥିଲା। ତେବେ ସୈଫଙ୍କୁ ଆକ୍ରମଣ ଘଟଣାରେ ମୁମ୍ବାଇ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି, ଯେଉଁମାନଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୀନା କପୁରଙ୍କ ଟିମ୍ ମଧ୍ୟ ସ୍ପଷ୍ଟ କରିଛି ଯେ ଘରୁ ଚୋରି କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ଯୋଗୁଁ ଏହି ବଡ଼ ଦୁର୍ଘଟଣା ଘଟିଛି। ଏଣେ ସୈଫ ଅଲ୍ଲୀ ଖାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବର୍ତ୍ତମାନ ଚିକିତ୍ସା ପାଇଁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେକ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।