ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଘଟଣା । ଲିଙ୍ଗରାଜ ମନ୍ଦିର ପାଇଁ ଗଠନ ହେବ ସ୍ୱତନ୍ତ୍ର କମିଟି । ହାଇକୋର୍ଟଙ୍କ ଅବସର ପ୍ରାପ୍ତ ଜଣେ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି । ସମସ୍ତ ନିଯୋଗଙ୍କ ସହ ଆଲୋଚନା କରି ନିତିକାନ୍ତି ଉପରେ ବିଚାର କରାଯିବ । ଦୁଇ-ତିନି ମାସ ଭିତରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । ରିପୋର୍ଟ ପ୍ରଦାନ ପରେ ଆଇନ ପ୍ରସ୍ତୁତ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସୂଚନା ଅନୁଯାୟୀ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁର ଉପବାସରେ ରହିଥିଲେ ଓ ନୀତିକାନ୍ତି ବନ୍ଦ ରହିଥିଲା । ଦୀର୍ଘ ୪୫ ଘଣ୍ଟା ଉପବାସରେ ରହିବା ପରେ ସ୍ୱାଭାବିକ ହୋଇଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଗତକାଲିଠୁ ସୂଚାରୁ ରୁପେ ନୀତିକାନ୍ତି ଚାଲିଛି । ୨ଟି ପର୍ଯ୍ୟାୟରେ ବୈଠକ ସତ୍ତେ୍ୱ ସମାଧାନ ବାହାରି ପାରିନଥିଲା । ଶେଷରେ ଟ୍ରଷ୍ଟବୋର୍ଡ ବୈଠକ ପରେ ସମାଧାନର ବାଟ ଫିଟିଥିଲା । ତେବେ ବାରମ୍ବାର ବିବାଦ ଉପୁଜୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ଏକକ ସଦସ୍ୟ ବିଶିଷ୍ଟ କମିଶନ ଗଠନ ନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ।