ସ୍ୱାମୀ-ସ୍ତ୍ରୀ ମିଶି କରୁଥିଲେ ଅଶ୍ଳୀଳତାର ଭିଡିଓ
ନୂଆଦିଲ୍ଲୀ: ଟଙ୍କା ପାଇଁ ହାଇଦ୍ରାବାଦରେ ସ୍ୱାମୀ ଏବଂ ସ୍ତ୍ରୀ ମିଶି ଅଶ୍ଳୀଳତାର ଭିଡିଓ କରୁଥିଲେ। ଏହା ସେମାନଙ୍କୁ ବିପଦରେ ପକାଇଛି। ଟଙ୍କା ପାଇଁ ଦମ୍ପତ୍ତି ମୋବାଇଲ ଆପରେ ନିଜର ଅଶ୍ଳୀଳ ଭିଡିଓ ଲାଇଭ ଷ୍ଟ୍ରିମିଂ କରୁଥିଲେ। ଦମ୍ପତ୍ତିଙ୍କ ଏହି ଭିଡିଓ ସେହିମାନେ ଦେଖିପାରୁଥିଲେ, ଯେଉଁମାନେ ଏଥିପାଇଁ ୨ ହଜାର ଟଙ୍କା ଦେଉଥିଲେ। ପୋଲିସ କହିବାନୁଯାୟୀ, ସ୍ୱାମୀ ଜଣକ କାର୍ ଡ୍ରାଇଭର ଅଟନ୍ତି। ଏହି ଅଶ୍ଳୀଳ କାମରେ ତାଙ୍କ ସ୍ତ୍ରୀ ରହିଥିଲେ। ଦମ୍ପତ୍ତି ସ୍ୱୀକାର କରିଛନ୍ତି ଯେ, ସେମାନେ ଖୁବ ସହଜରେ ଟଙ୍କା ରୋଜଗାର କରିବା ଲାଗି ଏହି କାମରେ ସାମିଲ ଥିଲେ। ଦୁହିଁଙ୍କୁ ପୋଲିସ ଗିରଫ କରିଛି। ମାମଲା ରୁଜୁ କରାଯାଇ ଏମାନଙ୍କୁ ଗିରଫ କରାଯାଇଛି।