ହସିନାଙ୍କ ଅଡୁଆ ବଢ଼ିଲା : ବାଂଲାଦେଶ କୋର୍ଟରେ ଶୁଣାଣୀ ଆରମ୍ଭ

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ କୋର୍ଟରେ ଶୁଣାଣୀ ଆରମ୍ଭ ହୋଇଛି  । ୨୦୨୪ ଛାତ୍ର ଆନେ୍ଦାଳନ ବେଳେ ସେ ମାନବତା ବିରୋଧରେ ଆକ୍ରମଣ କରିଛନ୍ତି ବୋଲି ସରକାରୀ ଓକିଲ ଦର୍ଶାଇଛନ୍ତି  ।
ତଦନ୍ତ ରିପୋର୍ଟ ଅନୁଯାୟୀ, ଛାତ୍ରଙ୍କ ଉପରେ ଆକ୍ରମଣ ପାଇଁ ହସିନା ନିଜେ ହିଁ ସୁରକ୍ଷା ବଳକୁ ନିଦେ୍ର୍ଦଶ ଦେଇଥିଲେ  । ନିଜର ରାଜନୈତିକ ଦଳ ଓ ଗୋଷ୍ଠୀକୁ ଏହି କାର୍ଯ୍ୟ ତଦାରଖ କରିବାକୁ ମଧ୍ୟ କହିଥିଲେ  । ଏହି ଆନେ୍ଦାଳନରେ ବହୁ ଲୋକଙ୍କର ମୃତୁ୍ୟ ହୋଇଥିବାବେଳେ ହାସିନାଙ୍କୁ ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଛି  । ଯୋଜନାବଦ୍ଧ ଭାବେ ଏଭଳି ହୋଇଥିଲା ବୋଲି ସରକାରୀ ଓକିଲ ମହମ୍ମଦ ତାଜୁଲ ଇସଲାମ୍ କହିଛନ୍ତି  । ଅଭିଯୁକ୍ତ ହସିନା ସବୁ ଆଇନ୍ ଉଲ୍ଲଂଘନ କରି ନିଜର ସଶସ୍ତ୍ର ରାଜନୈତିକ ଦଳ ଜରିଆରେ ଜୁଲୁମ୍ ବି କରିଥିଲେ  । ହସିନାଙ୍କ ସହ ପୂର୍ବତନ ପୁଲିସ୍ ମୁଖ୍ୟ ଚୌଧୁରୀ ଅବଦୁଲ୍ଳା-ଅଲ୍-ମାମୁନଙ୍କୁ ମଧ୍ୟ ମାମଲାରେ ସହ ଅଭିଯୁକ୍ତ ବୋଲି ଦର୍ଶାଯାଇଛି  । ଅନ୍ତରୀଣ ସରକାର କ୍ଷମତାକୁ ଆସିବା ପରେ ହସିନାଙ୍କ ବିରୋଧରେ ଅଭିଯୋଗ ଆସିବା ସହ ତାଙ୍କ ଦଳ ଆୱାମୀ ଲିଗ୍କୁ ବ୍ୟାନ୍ କରାଯାଇଥିଲା  ।