ଆଜି ଭଦ୍ରକ ଯିବେ ମୁଖ୍ୟମନ୍ତ୍ରୀ
ଭଦ୍ରକ : ଆସନ୍ତାକାଲି ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତକାଳରେ ସେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନିକ ଓ ରାଜନୀତିକସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଗତକାଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନୁ୍ୟ ସେଠି, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏନେଇ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଆଖିଆଗରେ ରଖି ବିଶାଳ ସାଧାରଣ ସଭା ହେବ । ଭଦ୍ରକ ବ୍ଳକର ରମ୍ଭିଳା ଖଡ଼ିପଦା ପଡିଆରେ ସମାବେଶ ଆୟୋଜନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି ।