୩ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର ଓ କନ୍ଧମାଳରୁ ସୁକାନ୍ତ

୩ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା କଟକରୁ ଭର୍ତ୍ତୃହରି, ଯାଜପୁରରୁ ରବୀନ୍ଦ୍ର ଓ କନ୍ଧମାଳରୁ ସୁକାନ୍ତ

ପ୍ରଭାନୁ୍ୟଜ । ଭୁବନେଶ୍ୱର, ୩୦ା୩

ବିଜେପି ଆଜି ରାଜ୍ୟରେ ବାକିଥିବା ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଭର୍ତ୍ତୃହରି ଗୁରୁବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ବିଜେପି ପକ୍ଷରୁ ଜାରି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ବାକି ଥିବା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ସଂରକ୍ଷିତ ଆସନରୁ 

ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରା ବିଜେପିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ । 
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବରୁ ବିଜେପି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲା । କଟକ ଆସନରୁ ୬ଥର ବିଜେଡି ଟିକେଟରେ ବିଜୟୀ ହୋଇଥିବା ଭର୍ତ୍ତୃହରି ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସେଠାରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ସେହିପରି କନ୍ଧମାଳରେ ଅଚୁ୍ୟତ ସାମନ୍ତ ଓ ଯାଜପୁରରେ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଛି ।