ହାତ ଛାଡିଲେ ଚିରଞ୍ଜୀବୀ ବିଶ୍ୱାଳ

chiranjeev-biswal-left-congress

ହାତ ଛାଡିଲେ ଚିରଞ୍ଜୀବୀ ବିଶ୍ୱାଳ


 ପ୍ରଭାନୁ୍ୟଜାା ଭୁବନେଶ୍ୱର, ୩୦ା୩

କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବୀ ବିଶ୍ୱାଳ । ଆଜି ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ସେଥିରେ ଉଲ୍ଲେଖ କରିଛନ୍ତି । ୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିରଞ୍ଜୀବୀ । ୨୦୧୯ରେ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢିଥିଲେ । କିନ୍ତୁ ହାରି ଯାଇଥିଲେ । ୨୦୦୯ରେ ମଧ୍ୟ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢି ହାରି ଥିଲେ । ଚିରଞ୍ଜୀବୀଙ୍କ ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ ଧକ୍କା ।

କାରଣ ସେ ଜଗତସିଂହପୁରର ଜଣେ ଟାଣୁଆ କଂଗ୍ରେସ ନେତା ଥିଲେ । ସେ ପିସିସି କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।  ଚିରଞ୍ଜୀବୀ ହେଉଛନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ । ଚିରଞ୍ଜୀବୀଙ୍କ ଭାଇ ରଂଜୀବ ବିଶ୍ୱାଳ ମଧ୍ୟ କଂଗ୍ରେସରୁ ରାଜ୍ୟସଭା ସାଂସଦ ଥିଲେ ।