କଣ୍ଟାବାଞ୍ଝିରୁ ନାମାଙ୍କନ ଭରିଲେ ନବୀନ
kantabanjhi

କଣ୍ଟାବାଞ୍ଝି ବିଧାନସଭା ଆସନରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି । ଗତ ୩୦ରେ ସେ ହିଞ୍ଜିଳିରୁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ଆଜି କଣ୍ଟାବାଞ୍ଝିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥୀପତ୍ର ଭରିଛନ୍ତି ।
ସୂଚନାଯୋଗ୍ୟଯେ, ୨୦୧୯ରେ ନବୀନ ନିଜର ପାରମ୍ପରିକ ଗଡ଼ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ । ବିଜେପି ହାୱାକୁ ପ୍ରତିହତ କରିବା ପାଇଁ ସେ ଏଭଳି ରଣନୀତି କରିଥିଲେ । କିନ୍ତୁ ଏଥର ସେ ବଲାଙ୍ଗୀରର କଣ୍ଟାବାଞ୍ଝିକୁ ବାଛିଛନ୍ତି । ବଲାଙ୍ଗୀରର ଅନେକ ଆସନରେ ବିଜେପି ଓ କଂଗ୍ରେସର ଦବଦବା ରହିଛି । ଏହାକୁ ପ୍ରତିହତ କରିବା ସହ ବିଜେପି ହାତରୁ ଲୋକସଭା ଆସନ ଛଡ଼ାଇନେବାକୁ ବିଜେଡ଼ି ଅଙ୍କ କଷିଛି ।