ଲାଭା ୫ଜି ମୋବାଇଲ ଶୁଭାରମ୍ଭ
ଭୁବନେଶ୍ୱର : ଘରୋଇ ସ୍ମାର୍ଟଫୋନ ନିର୍ମାତା ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ ଭୁବନେଶ୍ୱରରେ ଏକ ପାୱାର-ପ୍ୟାକ୍ଡ ଲଞ୍ଚ ଇଭେଣ୍ଟରେ ଏହାର ନୂତନ ସାର୍କ ୫ଜି’ ସ୍ମାର୍ଟଫୋନର ଉନ୍ମୋଚନ କରିଛି । ଯାହା ଭାରତରେ ସ୍ମାର୍ଟଫୋନଗୁଡିକୁ ଡିଜାଇନ ଓ ଉତ୍ପାଦନ କରିବା ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ୭୯୯୯ ଟଙ୍କା ମୂଲ୍ୟର ସାର୍କ ୫ଜି କ୍ରୟ ପାଇଁ ରିଟେଲ ଆଉଟଲେଟ ଓ ଲାଭା ଇ-ଷ୍ଟୋର୍ରେ ଉପଲବ୍ଧ ହେବ । ଏଥିରେ ଲାଭା ଇଂଟରନ୍ୟାଶନାଲ ଲିମିଟେଡର ଉତ୍ପାଦ ମୁଖ୍ୟ ସୁମିତ ସିଂହ କହିଛନ୍ତି, “ଗତ ଦୁଇ ବର୍ଷ ମଧ୍ୟରେ ଆମେ ମିଡ୍-ପ୍ରିମିୟମ ସେଗମେଣ୍ଟରେ ନିଜକୁ ଆଗକୁ ଆଣିପାରିଛୁ । ସାର୍କ ୫ଜି ସହିତ ମୋବାଇଲ ସବୁଠାରୁ ସୁଲଭ ୫ଜି ସ୍ମାର୍ଟଫୋନର ଉନ୍ମୋଚନ କରି ଗର୍ବିତ ଯାହା ଅତ୍ୟାଧୁନିକ ଟେକ୍ନୋଲୋଜି, ଏକ ପ୍ରିମିୟମ ଡିଜାଇନ ଓ ବାଧାମୁକ୍ତ ୫ଜି ଅନୁଭୂତିକୁ ଏକତ୍ରିତ କରୁଛି । ଆମେ ପ୍ରତିକ୍ରିୟାକୁ ନେଇ ସକାରାତ୍ମକ ରହିଛୁ ଏବଂ ସର୍ବୋତମ ଶ୍ରେଣୀର ଉତ୍ପାଦଗୁଡିକ ସହିତ ୧୦,୦୦୦ ଟଙ୍କାରୁ କମ୍ ମୂଲ୍ୟ ବର୍ଗକୁ ପୁନଃବ୍ୟାଖ୍ୟା କରିବା ପାଇଁ ଉତ୍ସାହିତ ରହିଛୁ । ସାର୍କ ୫ଜିର ଲଂଚ ସହିତ ଲାଭା ମାସ୍ ମାର୍କେଟକୁ ପରବର୍ତୀ ପିଢିର କନେକ୍ଟିଭିଟି ଓ ଏକ ଉନ୍ନତ ସ୍ମାର୍ଟଫୋନ ଅନୁଭୂତି ଆଣିବା ପାଇଁ ଏହାର ଲକ୍ଷ୍ୟକୁ ଦର୍ଶାଉଛି ଉନ୍ନୋଚନ ଅବସରରେ ନିଜ ବକ୍ତବ୍ୟ ରଖିଥିଲେ ।