ମହାତ୍ମାଗାନ୍ଧୀ ବିଦ୍ୟାଳୟର ସଫଳତା

ବୈଶିଙ୍ଗା:  +୨ କଳା ଓ ବିଜ୍ଞାନ ପରୀକ୍ଷାରେ ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଶାନୁରୂପ ସଫଳତା ପାଇଛି । +୨ କଳାରେ ୨୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୬୯ ଜଣ ଅର୍ଥାତ ୮୦% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଉଛନ୍ତି । ତନ୍ମଧ୍ୟରୁ ୪୪ ଜଣ ପ୍ରଥମ ଶ୍ରେଣୀ, ୨୮ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୧୦୭ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୁଶ୍ରୀ ସୃତି ଦାସ ୫୨୪ ମାର୍କ ରଖି ବିଦ୍ୟାଳୟ କୁ ଗୌରବାନ୍ୱିତ କରିଛନ୍ତି । ସେହିପରି ସୁଶ୍ରୀ ତୁନିତା କର, ଯୋଗେନ୍ଦ୍ର ସିଂ, ଜିକୁ ସାମଲ ଓ ସୁଶ୍ରୀ ସୋନାଲିତା ଗିରି ମୋଟ ୬୦୦ ରୁ ୫୦୦ ରୁ ଅଧିକ ନଂ ରଖି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେଇଭଳି +୨ ବିଜ୍ଞାନରେ ୩ ଜଣ ଛାତ୍ରଛାତ୍ରୀ ସମ୍ବିତ ରଣା, ସୁଶ୍ରୀ ମୁନୀ ମାଝୀ ଓ ସୁଶ୍ରୀ ବର୍ଷାରାଣୀ ମହାନ୍ତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସ୍କୁଲକୁ ଗୌରାବାନ୍ୱିତ କରିଛନ୍ତି । ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ବୀରେନ୍ଦ୍ର ବେହେରା ଓ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଅଭିନନ୍ଦନ ଜଣାଇଛନ୍ତି ।