କମିଲା ଏଲପିଜି ସିଲିଣ୍ଡର ଦର

କମିଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସି ଖବର। ବଜେଟ୍ ପୂର୍ବରୁ କମିଲା ଏଲପିଜି ସିଲିଣ୍ଡର ଦର। ମାସ ଆରମ୍ଭରୁ ମହଙ୍ଗା ମାଡରୁ ଆଶ୍ଵସ୍ତି ମିଳିଛି। ୧୯ କେଜି ଗ୍ୟାସ୍ ସିଲିଣ୍ଡର ପିଛା ୭ ଟଙ୍କା କମିଛି। ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ୧୭୯୭ ଟଙ୍କା ରହିଛି। ବର୍ଷର ଲଗାତାର ଦ୍ଵିତୀୟ ଥର ପାଇଁ ବ୍ୟାସ୍ ଦର କମିଛି। ଗତ ଜାନୁଆରୀ ପହିଲାରେ କମର୍ସିଆଲ ଗ୍ୟାସ୍ ଦର ୧୪.୫୦ କମିଥିଲା। ଆଜି ପୁଣି ୭ ଟଙ୍କା କମିଛି। ଘରୋଇ ସିଲିଣ୍ଡର ଦର କିନ୍ତୁ ଅପରିବର୍ତ୍ତିତ ରହିଛି। ୧୪.୨ କେଜି ଘରୋଇ ସିଲିଣ୍ଡର ଦର ଦିଲ୍ଲୀରେ ୮୦୩ ରହିଛି। ସେହିପରି ୮୨୯ ରହିଥିବାବେଳେ ମୁମ୍ବାଇରେ ୮୦୨ ଓ ଚେନ୍ନାଇରେ ୮୮୧ ରହିଥିବା ସୂଚନା ମିଳିଛି।