ଓଲଟିଲା ଯାତ୍ରା ପାର୍ଟି ଗାଡ଼ି, ୪ ଗୁରୁତର
ପାଣିକୋଇଲି : ଯାତ୍ରା ପାର୍ଟି ଟ୍ରକ ଓଲଟି ୪ଜଣ ସଦସ୍ୟ ଗୁରୁତର ଆହତ । ରାନୀ ପଣ୍ଡାଙ୍କ ଯାତ୍ରା ଅନୁଷ୍ଠାନର ଟ୍ରକ୍ ଓଲଟିଥିବା ସୂଚନା ମିଳିଛି । ଯାଜପୁର କୋରେଇରୁ ଅପେରା ନାଟ୍ୟ ମଣ୍ଡପ ଯାତ୍ରା ସାରି ଅନୁଷ୍ଠାନ ଗାଡ଼ି ପରବର୍ତ୍ତୀ କ୍ୟାମ୍ପକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଗୋଲେଇପୁର ପାଖରେ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସେଥିରୁ ଜଣଙ୍କ ଅବସ୍ଥା ସଂକଟପନ୍ନ ରହିଛି । ଗୁରୁତରଙ୍କୁ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।