କିପରି ବାଛିବେ ତ୍ୱଚା ଅନୁଯାୟୀ ଫାଉଣ୍ଡେସନ୍‌?

କିପରି ବାଛିବେ ତ୍ୱଚା ଅନୁଯାୟୀ ଫାଉଣ୍ଡେସନ୍‌?


ସାଧାରଣତଃ ମହିଳାଙ୍କ ମେକ୍‌ଅପ୍‌ କିଟ୍‌ରେ ଫାଉଣ୍ଡେସନ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଂଶ । ଫାଉଣ୍ଡେସନ୍‌ ବିନା ମେକ୍‌ଅପ୍‌ ଅଧୁରା  । ସେଥିପାଇଁ ନିଜ ତ୍ୱଚା ଅନୁଯାୟୀ ଫାଉଣ୍ଡେସନ୍‌ ଚୟନ କରିବା ଆବଶ୍ୟକ । ବର୍ତ୍ତମାନ ବଜାର ତଥା ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ଫାଉଣ୍ଡେସନ୍‌ ମିଳୁଛି । କିନ୍ତୁ ତ୍ୱଚା ଅନୁଯାୟୀ ଫାଉଣ୍ଡେସନ କିପରି ବାଛିବେ, ଜାଣିବା ସେ ସମ୍ପର୍କରେ । ତେଲିଆ ତ୍ୱଚା ହୋଇଥିଲେ ତେଲମୁକ୍ତ କିମ୍ବା ମ୍ୟାଟ୍‌ ଫାଉଣ୍ଡେସନ ବ୍ୟବହାର କରିପାରିବେ  । ଶୁଷ୍କ ତ୍ୱଚା ଥିବା ମହିଳାମାନେ ହାଇଡ୍ରେଟିଂ ଫାଉଣ୍ଡେସନ୍‌ ଲଗାଇ କରିପାରିବେ  । କମ୍ବିନେସନ ତ୍ୱଚା ଥିବା ମହିଳାମାନେ ମଧ୍ୟ ଏପ୍ରକାର ଫାଉଣ୍ଡେସନ୍‌ ଲଗାଇପାରିବେ । ଡସ୍କି ସ୍କିନ୍‌ ଟୋନ୍‌ ହୋଇଥିଲେ ହାଲୁକା ରଙ୍ଗର ଫାଉଣ୍ଡେସନ୍‌ ଚୟନ କରନ୍ତୁ ନାହିଁ  । ନିଜ ତ୍ୱଚା ସହ ମ୍ୟାଚ ହେଲା ପରି ଫାଉଣ୍ଡେସନ୍‌ ଲଗାନ୍ତୁ । ଏ ପ୍ରକାର ସ୍କ୍ରିନ୍‌କୁ ବିଶେଷ କରି ବାଦାମୀ ରଙ୍ଗର ଫାଉଣ୍ଡେସନ୍‌ ଭଲ ମାନିଥାଏ ।ସମ୍ବେଦନଶୀଳ ତ୍ୱଚା ପାଇଁ ଅରଗାନିକ୍‌ ଫାଉଣ୍ଡେସନ ଏକ ଭଲ ବିକଳ୍ପ । ଏହି ଫାଉଣ୍ଡେସନରୁ ଏକ ଆକର୍ଷଣୀୟ ଲୁକ୍‌ ମିଳିଥାଏ । ଫାଉଣ୍ଡେସନ୍‌ରେ ଥିବା ଉପାଦାନ ଗୁଡ଼ିକର ଠିକ୍‌ ଭାବେ ପରୀକ୍ଷା କରନ୍ତୁ । ମୁହଁରେ ଲଗାଇବା ପୂର୍ବରୁ ପ୍ରଥମେ ହାତରେ ଲଗାଇ ପ୍ୟାଡ୍‌ ଟେଷ୍ଟ କରନ୍ତୁ ।