କର୍ଫ୍ୟୁ ସମୟରେ ଇଣ୍ଟରନେଟ୍‌ ବନ୍ଦ ହୋଇଛି କାହିଁକି?

କର୍ଫ୍ୟୁ ସମୟରେ  ଇଣ୍ଟରନେଟ୍‌ ବନ୍ଦ ହୋଇଛି କାହିଁକି?

ବାଲେଶ୍ୱରରେ ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହାପରେ ବାଲେଶ୍ୱରରେ ୧୪୪ ଧାରା ଜାରି କରାଯାଇଛି। ଏହି ଘଟଣା ପରେ ବିଳମ୍ବିତ ରାତିରେ ବାଲେଶ୍ୱର ଟାଉନ ଥାନାରେ ଏସପି ସାଗରିକା ନାଥ ଓ ଜିଲ୍ଲାପାଳ ଆଶିଷ ଠାକରେ ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିବା ପରେ କର୍ଫ୍ୟୁ ଜାରି କରାଯାଇଛି।

ବାଲେଶ୍ବର ପୌରାଞ୍ଚଳରେ ୧୯ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ କର୍ଫ୍ୟୁ ବୃଦ୍ଧି କରାଯାଇଛି, କର୍ଫ୍ୟୁ  ନେଇ ବାଲେଶ୍ବର ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି।  ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ତେବେ ଆମ ଦୈନନ୍ଦିନ ଜୀବନରେ ଇଣ୍ଟରନେଟ୍‌ ଜରୁରୀ ହୋଇପଡିଥିବାବେଳେ ଏହି କର୍ଫ୍ୟୁ ସମୟରେ କାହିଁକି ଇଣ୍ଟରନେଟ୍‌ ବନ୍ଦ ହୋଇଛି?

ଉତ୍ତେଜନାବେଳେ ଗୁଜବ ପ୍ରଚାର ହେବାର ଆଶଙ୍କାଥିବାରୁ ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଏ। ସୋସିଆଲ ମିଡିଆ ଯଥା ଫେସବୁକ୍‌, ଏକ୍ସ ଇତ୍ୟାଦି ଉପରେ ନିୟନ୍ତ୍ରଣ ରହିବା ସମ୍ଭବ ହୁଏନାହିଁ। ଉତ୍ତେଜନାମୂଳକ ଲେଖା, ଫଟୋ ଓ ଭିଡିଓ ପୋଷ୍ଟ ହେବାର ଆଶଙ୍କା ରହିଥାଏ  । ଉଦ୍ଦେଶ୍ୟମୂଳକ ଭାବେ ମିଛ ଖବର ପ୍ରଚାର ଭୟ ଥାଏ।  ଫେକ୍‌ ଭିଡିଓ ଓ ଫଟୋ ପ୍ରସାରଣର ଭୟ ରହିଥାଏ।ତେବେ ଯେଉଁଠି ଏପରି ଉତ୍ତେଜନାମୂଳକ ସ୍ଥିତି ଦେଖାଯାଏ ସେଠାରେ ପ୍ରାଥମିକ ଭାବରେ ଇଣ୍ଟରନେଟ ସେବା ବନ୍ଦ କରାଯାଏ।