ଠକାମୀ ବିରୋଧରେ ଏୟାରଟେଲ ଗ୍ରାହକଙ୍କ ଆର୍ଥôକ କ୍ଷତି ୭୦% ହ୍ରାସ କରିଛି
ଭୁବନେଶ୍ୱର : ଭାରତୀ ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ପ୍ରତିଷେଧମୂଳକ ଉଦ୍ୟମଗୁଡିକ କାରଣରୁ ସାଇବର ଅପରାଧ ଅଭିଯୋଗରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ଏହା ଗୃହ ମନ୍ତ୍ରଣାଳୟ (ଏମ୍ଏଚ୍ଏ) ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି)ର ନୂତନ ତଥ୍ୟ ଦ୍ୱାରା ତାହା ଆହୁରି ସ୍ପଷ୍ଟ ହୋଇପାରିଛି । ଏମଏଚଏ-ଆଇ୪ସି ଅନୁଯାୟୀ ଏୟାରଟେଲ୍ ନେଟୱର୍କରେ ଆର୍ଥିକ କ୍ଷତିର ପରିମାଣରେ ୬୮.୭% ହ୍ରାସ ଘଟିଛି । ସାମଗ୍ରିକ ସାଇବର ଅପରାଧ ଘଟଣାରେ ୧୪.୩% ହ୍ରାସ ହୋଇଛି । ଯାହାଫଳରେ ସାଇବର ଅପରାଧ ନିବାରଣ ଓ ଏହାର ଗ୍ରାହକଙ୍କ ପାଇଁ ଏକ ସୁରକ୍ଷିତ ନେଟୱର୍କ ସୃଷ୍ଟି କରିବାରେ ଏୟାରଟେଲ୍ର ଠକାମୀ ଚିହ୍ନଟ କରିବାର ପ୍ରଣାଳୀର କାର୍ଯ୍ୟକାରିତା ବୈଧ ହୋଇଛି । ଏଏଚଇ-ଆଇ୪ସି ଦ୍ୱାରା ବିଶ୍ଳେଷିତ ତଥ୍ୟଗୁଡିକ ୨୦୨୪ ସେପ୍େଟମ୍ବର (ଏୟାରଟେଲ୍ର ଠକାମୀ ଓ ସ୍ପାମ ଚିହ୍ନଟ ପ୍ରଣାଳୀ ଆରମ୍ଭ ହେବା ପୂର୍ବରୁ)ର ଗୁରୁତ୍ୱପୂର୍ଣ୍ଣ ସାଇବର ଅପରାଧ ସୂଚକାଙ୍କଗୁଡିକୁ ୨୦୨୫ ଜୁନ୍ ସହିତ ତୁଳନା କରାଯାଇଛି । ଏହି ଉଦ୍ୟମ ଉପରେ ମତଦେଇ ଭାରତୀ ଏୟାରଟେଲର ଉପାଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଦଶକ ଗୋପାଳ ଭିଟ୍ଟଲ୍ କହିଛନ୍ତି ଯେ, ଆମେ ଆମର ଗ୍ରାହକଙ୍କ ପାଇଁ ସ୍ପାମ ଓ ଆର୍ଥିକ ଠକାମୀ ଦୂର କରିବାର ଏକ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛୁ । ଗତ ଏକ ବର୍ଷରେ ଆମ କୃତ୍ରିମ ବୁଦ୍ଧିମତା ଦ୍ୱାରା ପରିଚାଳିତ ନେଟୱାର୍କ ସମାଧାନଗୁଡିକ ୪୮.୩ ବିଲିୟନରୁ ଅଧିକ ଅଧିକ ସ୍ପାମ କଲ୍ ଚିହ୍ନଟ କରିଛି ଓ ୩.୨ ଲକ୍ଷ ଠକାମୀ ଲିଙ୍କ୍ ଅବରୋଧ କରିଛି ।