ଶରୀରର ଏହିସବୁ ଅଙ୍ଗ ସଫା କରିବା ସମୟରେ ଭୁଲ କରୁଛନ୍ତି କି ?
ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ ପରିଷ୍କାର ତଥା ପରିଚ୍ଛନ ରହିବା ନିହାତି ଜରୁରୀ। ଏଥିପାଇଁ ସ୍ନାନ କରାଯାଇ ଦିନର ଆରମ୍ଭ କରାଯାଇଥାଏ। ତେବେ ଶରୀରରେ ଏପରି କିଛି ସ୍ଥାନ ଅଥବା ଅଙ୍ଗ ରହିଛି, ଯାହାକୁ ଆମେ ଭଲଭାବେ ସଫା କରି ନ ଥାଉ। ମାତ୍ର ଏହା କାଳକ୍ରମେ ସମସ୍ୟା ସୃଷ୍ଟି କରିପାରେ। ଜାଣନ୍ତୁ ସେ ସବୁ ବିଷୟରେ..
ଦିନକୁ ଆମେ ୩ରୁ ୪ ଥର ମୁହଁ ଧୋଇଥାଉ। ରାତିରେ ମୁହଁ ଧୋଇ ଶୋଇବାକୁ ଅନେକ ପସନ୍ଦ କରିଥାନ୍ତି। ମାତ୍ର ସକାଳେ ମୁହଁ ଧୋଇବା ନିହାତି ଜରରୀ ହୋଇଥାଏ। କାରଣ ବିଛଣାରେ ଥିବା ବ୍ୟାକ୍ଟେରିଆ ରାତିରେ ମୁଁହକୁ ଯାଇଥାଏ। ଏଣୁ ସକାଳୁ ଉଠି ମୁହଁ ଧୋଇବା ଆବଶ୍ୟକ।
କିଛିଲୋକ ବ୍ରଶ ଠିକ୍ ଭାବରେ କରି ନ ଥାନ୍ତି, ଯେଉଁଥିପାଇଁ ସେମାନଙ୍କ ଦାନ୍ତ ହଳଦିଆ ପଡିଥାଏ। ତେବେ ଠିକ୍ ଭାବରେ ବ୍ରଶ କରିବାକୁ ହେଲେ ୪୫ ଡିଗ୍ରୀ ଆଙ୍ଗେଲରେ ବ୍ରଶକୁ ଧରି ଦାନ୍ତ ଘଷନ୍ତୁ।
ଗାଧୋଇବା ସମୟରେ ଅନେକ ଲୋକ ସେମାନଙ୍କ ନାଭି ସଫା କରିବାକୁ ଭୁଲିଯାଇଥାନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଥିରେ ହିଁ ଅଧିକ ଜୀବାଣୁ ରହିଥାଏ। ଏଣୁ ଏହାକୁ ସଫା କରିବା ନିହାତି ଆବଶ୍ୟକ।
ମହିଳାମାନେ ସାଧାରଣତଃ ଲମ୍ବା ଚୁଟି ଥିବା କେଶ ସଫା କରିବା ସମୟରେ କେଶରୁ ସାମ୍ପୋ ଛଡାଇ ପାରି ନ ଥାନ୍ତି। ଯାହାଫଳରେ କେଶ ଝଡିବା ପରି ସମସ୍ୟା ଦେଖାଯାଇଥାଏ।