ଜୋକୋବିକ୍‌ଙ୍କୁ ପରାସ୍ତ କଲେ କାର୍ଲୋସ ଆଲକାରାଜ

ଜୋକୋବିକ୍‌ଙ୍କୁ ପରାସ୍ତ  କଲେ କାର୍ଲୋସ ଆଲକାରାଜ

ଆଲକାରାଜ ପୁଣି ସଫଳ । ବିଶିଷ୍ଟ ଟେନିସ୍‌ ଖେଳାଳି ନୋଭାକ ଜୋକୋଭିକ୍‌ଙ୍କୁ କଲେ ପରାସ୍ତ । ୨୨ ବର୍ଷରେ ୩୮ ବର୍ଷୀୟ ଜୋକୋଭିକ୍‌ଙ୍କୁ ହରାଇ ଚହଳ ସୃଷ୍ଟି କରିଛନ୍ତି ଆଲକାରାଜ । ଗତକାଲି ରାତିରେ ୟୁଏସ୍‌ ଓପନ୍‌ର ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ସାମ୍ନାରେ ଥିଲେ ଅନୁଭବୀ ନୋଭାକ ଜୋକୋଭିକ୍‌ । ମାତ୍ର ୨ ଘଣ୍ଟା ୨୫ ମିନିଟ୍‌ର ମ୍ୟାଚରେ ବାଜି ପଲଟାଇ ଦେଲେ ଆଲକାରାଜ୍ । ଜୋକୋଭିକ୍‌ଙ୍କୁ ହରାଇ ସେ ପାଲଟିଲେ ବିଶ୍ବରେ ନମ୍ବର ୱାନ୍ । ଆମେରିକା ଆର୍ଥର ଷ୍ଟାଡିୟମରେ ଏହି ମୁକାବିଲା ଖେଳାଯାଇଥିଲା । ଜୋକୋଭିକ୍‌ଙ୍କୁ ହରାଇ, କାର୍ଲୋସ ଆଲକାରାଜ ଚଳିତ ବର୍ଷର ଅଷ୍ଟ୍ରେଲିଆ ଓପନ ଓ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସର ପ୍ରତିଶୋଧ ନେଇଛନ୍ତି । ଦ୍ବିତୀୟ ସେଟ୍‌ରେ ୦-୩ ରୁ ଫେରି କାର୍ଲୋଜ ୩ ଟି ସେଟ୍‌ରେ ଆଗୁଆ ହୋଇଥିଲେ ।

ପ୍ରଥମ ସେଟ୍‌ରେ ୬-୪, ଦ୍ବିତୀୟ ସେଟ୍‌ରେ ୭-୬ ଓ ତୃତୀୟ ସେଟ୍‌ରେ ୬-୨ରେ ଜୋକୋଭିକ୍‌ଙ୍କୁ ହରାଇଥିଲେ କାର୍ଲୋସ ଆଲକାରାଜ୍ । ଜୋକୋଭିକ୍‌ଙ୍କୁ ହରାଇବା ପରେ ଆଲକାରାଜ ଆସନ୍ତା ରବିବାର  ଫାଇନାଲ୍‌ରେ ଜାନିକ ସିନାରଙ୍କୁ ଭେଟିବେ । ଗୋଟିଏ ସିଜନରେ ତିନିଟି ମେଜର ଫାଇନାଲରେ ମୁହାଁମୁହିଁ ହେବାରେ ସେମାନେ ପ୍ରଥମ ପୁରୁଷ ଯୋଡ଼ି ପାଲଟିଛନ୍ତି ।