ସିବିଏସଇ ଦ୍ୱାଦଶ ଓ ଦଶମ ଫଳ
CBSE 10TH AND 12TH RESULT
ଓଡିଶାରେ ସନତ ଓ ଅଂଶୁମାନଙ୍କ କମାଲ
ବାଜି ମାରିଲେ ଛାତ୍ରୀ
ଭୁବନେଶ୍ୱର : ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଫଳ । ଚଳିତ ବର୍ଷ ୮୭.୯୮ % ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି । ଏଥିର ବାଜି ମାରିଛନ୍ତି ଛାତ୍ରୀ । ଚଳିତ ବର୍ଷ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ୬.୪୦% ଅଧିକ ରହିଛି । ଛାତ୍ରୀଙ୍କ ମୋଟ୍ ପାସ୍ ହାର ୯୧.୫୨% ରହିଛି । ଛାତ୍ରଙ୍କ ପାସ୍ ହାର ୮୫.୧୨ ପ୍ରତିଶତ ରହିଛି । ସେହିପରି ୧୨%ରୁ ଅଧିକ ପିଲା କୃତକାର୍ଯ୍ୟ ହୋଇ ପାରି ନାହାନ୍ତି । ଅନ୍ୟପଟେ ୫୦ ପ୍ରତିଶତ ଟ୍ରାନ୍ସଜେଣ୍ଡର ପାସ୍ କରିଛନ୍ତି । ଗତ ଥର କେବଳ ୮୭.୩୩ % ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପାସ୍ କରିଥିଲେ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଫଳାଫଳ ଭଲ ହୋଇଛି । ସିବିଏସଇ ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି । କେରଳର ତ୍ରିଭେନ୍ଦ୍ରମରେ ୯୯.୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ପାସ୍ ହାର ୯୯.୪ ପ୍ରତିଶତ ଅଛି । ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭ % ରିହିଛି । ତା'ପଛକୁ ରହିଛି ବେଙ୍ଗାଲୁରୁ । ଏଠାରେ ପାସ୍ ହାର ୯୬.୯୫ ପ୍ରତିଶତ ଏବଂ ପଶ୍ଚିମଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪ ପ୍ରତିଶତ ରହିଛି ।
ସେହିପରି ସିବିଏସ୍ଇ ୧୦ମ ବୋର୍ଡ ଫଳ ମଧ୍ୟ ପ୍ରକାଶ ପାଇଛି । ଚଳିତ ବର୍ଷ ସିବିଏସ୍ଇ ଦଶମ ପାସ୍ ହାର ୯୩.୬୦ ପ୍ରତିଶତ ରହିଛି । ଗତ ବର୍ଷ ତୁଳନାରେ ଏହା ଅଧିକ ରହିଛି । ଗତ ବର୍ଷ ୯୩.୧୨ ପ୍ରତିଶତ ଥିଲା । ସିବିଏସଇ ଦଶମ ଫଳାଫଳରେ ମଧ୍ୟ କେରଳ ଆଗରେ ରହିଛି । କେରଳର ତ୍ରିଭେନ୍ଦ୍ରମରେ ୯୯.୭୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ପାସ୍ ହାର ୯୯.୬୦ ପ୍ରତିଶତ ଅଛି । ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୯.୩୦ % ରିହିଛି । ତା'ପଛକୁ ରହିଛି ବେଙ୍ଗାଲୁରୁ । ଏଠାରେ ପାସ୍ ହାର ୯୯.୨୬ ପ୍ରତିଶତ ରହିଛି ।
ସେହିପରି ଓଡିଶାରେ ମଧ୍ୟ ପ୍ରକାଶ ପାଇଛି ଚଳିତ ବର୍ଷର ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀରେ କଟକ ଏଲଆର ଡିଏଭି ସ୍କୁଲର ବିଜ୍ଞାନ ଛାତ୍ର ସନତ କୁମାର ମିଶ୍ର ୯୯.୨ ପ୍ରତିଶତ ମାର୍କ ରଖିଛନ୍ତି । ସେହିପରି ଦଶମ ଶ୍ରେଣୀରେ ଆୟୁଷ ଅଂଶୁମାନ ଦାସ ୯୯ ପ୍ରତିଶତ ମାର୍କ ରଖିଛନ୍ତି । ତେବେ ସିବିଏସଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ସନତ କୁମାର ମିଶ୍ର ଓଡ଼ିଶାରେ ସେ ସର୍ବାଧିକ ମାର୍କ ରଖିଥିବା ନେଇ ଦାବି କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।