ତମ୍ବା ତାର ଚୋରି ବେଳେ ଚୋରକୁ ଧରିଲେ ସୁରକ୍ଷାକର୍ମୀ
ଭୁବନେଶ୍ୱର, ୧୩ା୫ : କମ୍ପାନୀ ଭିତରୁ ୫୦ ମିଟର ତମ୍ବା ତାର ଚୋରି କରି ଫେରାର ବେଳେ ଚୋରକୁ କାବୁ କଲେ କମ୍ପାନୀର କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ଇଲେକଟ୍ରିକାଲ ଇଂଞ୍ଜିନିୟର ମାନେ । ପରେ ତାକୁ ମୈତ୍ରୀବିହାର ଥାନାରେ ଜିମା ଦେଇଥିଲେ । ପୁଲିସ ଲୁଟେରାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, ମୈତ୍ରୀବିହାର ସାଲିଆସାହି ଇଡ଼କୋ ବସ୍ତିର ଆକାଶ ପାତ୍ର ।
ସୂଚନାଯୋଗ୍ୟଯେ, ରବିବାର ରାତି ୮ଟାରେ ଅଭିଯୁକ୍ତ ଜଣକ ଓଆରଏସଏସି ପରିସର ମଧ୍ୟରୁ ୫୦ ମିଟର ତମ୍ବା ତାର ଚୋରି କରି ନେଇ ଯାଉଥିବା ସମୟରେ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ଓ ଇଲେକଟ୍ରିକାଲ ଇଂଞ୍ଜିନିୟର ମାନେ ତାକୁ କାବୁ କରିନେଇଥିଲେ । ପରେ ପିସିଆର ଭ୍ୟାନ୍ ଡାକି ମୈତ୍ରୀବିହାର ଥାନାରେ ଜିମ୍ନା ଦେଇଥିଲେ । ଏନେଇ ଓଆରଏସଏସିର ପିଆରଓ ମୈତ୍ରୀବିହାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।