ଆତିଶୀଙ୍କ ବିରୋଧରେ ଅଳକା ଲାମ୍ବା କଂଗ୍ରେସ ପ୍ରାର୍ଥୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଜୋରଦାର ଲଢ଼େଇ ଦେଖିବାକୁ ମିଳିବ। ଫେବୃଆରୀ ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ୩ ପ୍ରମୁଖ ରାଜନୀତିକ ଦଳ-ଆପ, କଂଗ୍ରେସ ଓ ବିଜେପି ନିଜର ପ୍ରଚାର ବେଗକୁ ଏବେ ଠାରୁ ବଢ଼ାଇ ଦେଇଛନ୍ତି।
ଏସବୁ ଭିତରେ ଏଥର କାଲକାଜୀ ଆସନରେ ସବୁଠାରୁ ବଡ଼ ଲଢ଼େଇ ଦେଖିବାକୁ ମିଳିବ। କାରଣ ଗୋଟିଏ ପଟେ ଆପ୍ର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଆତିଶୀ ରହିଥିବା ବେଳେ ତାଙ୍କ ବିରୋଧରେ କଂଗ୍ରେସ ଅଳକା ଲମ୍ବାଙ୍କୁ ଆଜି ବିଧିବଦ୍ଧ ଭାବେ ପ୍ରାର୍ଥୀ କରିଛି।କଂଗ୍ରେସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ “ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଅଳକା ଲାମ୍ବାଙ୍କୁ ଦିଲ୍ଲୀର କାଲକାଜୀ ଆସନରୁ ପ୍ରାର୍ଥୀ ହେବାକୁ ଅନୁମତି ଦେଇଛି।” ଅଳକା ହେଉଛନ୍ତି ମହିଳା କଂଗ୍ରେସର ସଭାପତି ପୂର୍ବରୁ ସେ ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଠାରୁ ନିର୍ବାଚନରେ ପରାସ୍ତ ହୋଇଥିଲେ। ଏବେ ତାଙ୍କୁ ଆତିଶୀଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି।