ଝାଡ଼ଖଣ୍ଡରେ ବିଜେପି ଆଗରେ

EXIT POLL

ଝାଡ଼ଖଣ୍ଡରେ ବିଜେପି ଆଗରେ

ଭୁବନେଶ୍ୱର : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଏନଡ଼ିଏକୁ ୪୨ରୁ ୪୭ ଆସନ ମିଳିବାର ଥିବାବେଳେ ଇଣ୍ଡି ମେଣ୍ଟକୁ ୨୫ରୁ ୩୦ ଆସନ ମିଳିବ  । ଯେତେବେଳେକି ଅନ୍ୟ ଦଳକୁ ୧ରୁ ୪ ଆସନ ମିଳିବ  । ମାଟ୍ରିଜ୍‌ ପକ୍ଷରୁ ଏଭଳି ଆକଳନ କରାଯାଇଛି  ।  

ସେହିପରି ଆକ୍ସିସ ମାଇଁ ଇଣ୍ଡିଆ ଏକଜିଟ୍‌ ପୋଲ ଅନୁଯାୟୀ, ଇଣ୍ଡି ମେଣ୍ଟ ୫୨ ଆସନ ପାଇ ସରକାର ଗଢ଼ିବାର ଥିବାବେଳେ ବିଜେପି ନେତୃତ୍ୱାଧୀନ ଏନଡ଼ିଏକୁ ୨୩ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ  । ଅନ୍ୟଦଳଗୁଡ଼ିକୁ ୩ ଆସନ ମିଳିବାର ସମ୍ଭାବନା ରହିଛି  । 

ଟାଇମ୍ସ ନାଓ-ଜେଭିସି ଏକଜିଟ୍‌ ପୋଲ୍‌ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡ଼ିକୁ ୪୦ରୁ ୪୪ ଆସନ ମିଳିବ  । ଯେତେବେଳେକି ଜେଏମଏମ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟକୁ ୩୦ରୁ ୪୦ ଆସନ ମିଳିବାର ସମ୍ଭାବନା ରହିଛି  । ଅନ୍ୟ ଦଳଗୁଡ଼ିକୁ ଗୋଟିଏ ଆସନ ମିଳିପାରେ  ।

ଚାଣକ୍ୟର ଆକଳନ ଅନୁଯାୟୀ ଏନଡ଼ିଏକୁ ୪୫ରୁ ୫୦ ଆସନ ମିଳିବାର ଥିବାବେଳେ ଇଣ୍ଡି ମେଣ୍ଟକୁ ୩୫ରୁ ୩୮ ଆସନ ମିଳିବାର ସମ୍ଭାବନା ରହିଛି  । ଅନ୍ୟ ଦଳକୁ ୩ରୁ ୫ ଆସନ ମିଳିପାରେ  । ପିପୁଲସ ପଲସ ଏକଜିଟ୍‌ ପୋଲ ଆକଳନ ଅନୁସାରେ ଏନଡ଼ିଏକୁ ୪୨ରୁ ୪୮ ଆସନ ମିଳିବ  । ସେହିପରି ଏନଡ଼ିଏର ସହଯୋଗୀ ଏଜେଏସୟୁକୁ ୨ରୁ ୫ ଆସନ ମିଳିପାରେ  । ଅପରପକ୍ଷରେ ଇଣ୍ଡି ମେଣ୍ଟକୁ ୧୬ରୁ ୨୩ ଆସନ ମିଳିବ  ।