ମହାରାଷ୍ଟ୍ରରେ କେଉଁ ଦଳକୁ ମିଳିବ କେତେ ଆସନ ?

ExitPoll Odisha

ମହାରାଷ୍ଟ୍ରରେ କେଉଁ ଦଳକୁ ମିଳିବ କେତେ ଆସନ ?

ଭୁବନେଶ୍ୱର : ମହାରାଷ୍ଟ୍ର ଏକଜିଟ୍‌ ପୋଲ୍‌ ଫଳାଫଳ ଆସିଯାଇଛି  । ଏକଜିଟ୍‌ ପୋଲରେ ବିଜେପି ମେଣ୍ଟ ଆଗରେ ରହିଛି  । ବିଜେପିକୁ ୮୯ରୁ ୧୦୧ ଆସନ ମିଳିବାର ଥିବାବେଳେ କଂଗ୍ରେସକୁ ୩୯ରୁ ୪୭, ଶିବସେନାକୁ ୩୭ରୁ ୪୫, ଏନସିପି (ଶରଦ ପାୱାର)କୁ ୩୫ରୁ ୪୩ ଆସନ, ଶିବସେନା (ଉଦ୍ଧବ ଠାକରେ)କୁ ୨୧ରୁ ୨୯ ଆସନ ଓ ଏନସିପିକୁ ୧୭ରୁ ୨୬ ଆସନ ମିଳିବ  । ମାଟ୍ରିଜ୍‌ ପକ୍ଷରୁ ଦଳୱାରୀ ଏଭଳି ଆକଳନ କରାଯାଇଛି  ।

ଚାଣକ୍ୟ ଷ୍ଟ୍ରାଟେଜୀର ଆକଳନ ଅନୁଯାୟୀ, ମହାରାଷ୍ଟ୍ରରେ ବିଜେପି ମେଣ୍ଟକୁ ୧୫୨ରୁ ୧୬୦ ଆସନ, ଏମଭିଏକୁ ୧୩୦ରୁ ୧୩୮ ଆସନ ଓ ଅନ୍ୟ ଦଳଗୁଡ଼ିକୁ ୬ରୁ ୮ ଆସନ ମିଳିବ  ।
ପିପୁଲସ ପଲସର ଆକଳନ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ମେଣ୍ଟକୁ ୧୮୨ ଆସନ ମିଳିବାର ଥିବାବେଳେ ଏମଭିଏକୁ ୯୭ ଆସନ ମିଳିବ  । ଯେତେବେଳେକି ଅନ୍ୟ ଦଳଗୁଡ଼ିକୁ ୯ ଆସନ ପାଇବ  । ଅର୍ଥାତ୍‌ ବିରୋଧୀଙ୍କୁ ବହୁ ପଛକୁ ଠେଲି ବିଜେପି ମେଣ୍ଟ ସେଠାରେ ପୁଣିଥରେ ସରକାରକୁ ଫେରିବ  ।

ମାଟ୍ରିଜର ଆକଳନ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବ  । ବିଜେପି ମେଣ୍ଟକୁ ୧୫୦ରୁ ୧୭୦ ଆସନ ମିଳିବାର ସମ୍ଭାବନା ରହିଛି  । ସେଠାରେ ମ୍ୟାଜିକ ଅଙ୍କ ହେଉଛି ୧୪୫  । ସେହିପରି ଏମଭିଏକୁ ୧୧୦ରୁ ୧୩୦ ଆସନ ମିଳିବାର ଥିବାବେଳେ ଅନ୍ୟ ଦଳକୁ ୮ରୁ ୧୦ ଆସନ ମିଳିବ  । ଅପରପକ୍ଷରେ ପି ମାର୍କର ଆକଳନ ଅନୁଯାୟୀ ବିଜେପି ମେଣ୍ଟକୁ ୧୩୭ରୁ ୧୫୭ ଆସନ ମିଳିବ  । ଯେତେବେଳେକି ଏମଭିଏକୁ ୧୨୬ରୁ ୧୪୬ ଆସନ ମିଳିବାର ସମ୍ଭାବନା ରହିଛି  । ଅନ୍ୟ ଦଳଗୁଡ଼ିକୁ ୨ରୁ ୮ ଆସନ ମିଳିବ  । ଗାଏମୋଟ ଦେଖିଲେ ସେଠାରେ କଡ଼ା ଟକ୍କର ହେଉଛି ବୋଲି ଏକଜିଟ ପୋଲରୁ ଜଣାପଡ଼ିଛି  ।