ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ : ବନ୍ଦ ରହିଛି ଦର୍ଶନ

ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ : ବନ୍ଦ ରହିଛି ଦର୍ଶନ

ପୁରୀ :  ରତ୍ନଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ । ଶ୍ରୀମନ୍ଦିରରେ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ। ଶୋଧ କରାଯିବ ନାଟମଣ୍ଡପ ଓ ଜଗମୋହନ । ପ୍ରାଧୀକୃତ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି । ଜଷ୍ଟିସ ବିଶ୍ୱନାଥ ରଥ, ମୁଖ୍ୟ ପ୍ରଶାସକଙ୍କ ସମେତ ଅନ୍ୟ ସଦସ୍ୟମାନେ ପ୍ରବେଶ କରିଛନ୍ତି । ଶ୍ରୀମନ୍ଦିର ଭିତରକୁ ମେଟାଲ ଡିଟେକ୍ଟର, ଅନ୍ୟାନ୍ୟ ଅତ୍ୟାଧୁନିକ ମେସିନ୍ ମଧ୍ୟ ନିଆଯାଇଛି । ପ୍ରଥମେ ଶ୍ରୀମନ୍ଦିର ନାଟମଣ୍ଡପ ଏବଂ ଜଗମୋହନ ସୋଧ କରାଯିବ ।