ଚାଣକ୍ୟର ଆକଳନ ଆକଳନ : ମହାରାଷ୍ଟ୍ରରେ ବିଜେପି ସରକାର
maharastra
ଭୁବନେଶ୍ୱର : ଚାଣକ୍ୟ ଷ୍ଟ୍ରାଟେଜୀର ଆକଳନ ଅନୁଯାୟୀ, ମହାରାଷ୍ଟ୍ରରେ ବିଜେପି ମେଣ୍ଟକୁ ୧୫୨ରୁ ୧୬୦ ଆସନ, ଏମଭିଏକୁ ୧୩୦ରୁ ୧୩୮ ଆସନ ଓ ଅନ୍ୟ ଦଳଗୁଡ଼ିକୁ ୬ରୁ ୮ ଆସନ ମିଳିବ ।
ପିପୁଲସ ପଲସର ଆକଳନ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ମେଣ୍ଟକୁ ୧୮୨ ଆସନ ମିଳିବାର ଥିବାବେଳେ ଏମଭିଏକୁ ୯୭ ଆସନ ମିଳିବ । ଯେତେବେଳେକି ଅନ୍ୟ ଦଳଗୁଡ଼ିକୁ ୯ ଆସନ ପାଇବ । ଅର୍ଥାତ୍ ବିରୋଧୀଙ୍କୁ ବହୁ ପଛକୁ ଠେଲି ବିଜେପି ମେଣ୍ଟ ସେଠାରେ ପୁଣିଥରେ ସରକାରକୁ ଫେରିବ ।
ମାଟ୍ରିଜର ଆକଳନ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବ । ବିଜେପି ମେଣ୍ଟକୁ ୧୫୦ରୁ ୧୭୦ ଆସନ ମିଳିବାର ସମ୍ଭାବନା ରହିଛି । ସେଠାରେ ମ୍ୟାଜିକ ଅଙ୍କ ହେଉଛି ୧୪୫ । ସେହିପରି ଏମଭିଏକୁ ୧୧୦ରୁ ୧୩୦ ଆସନ ମିଳିବାର ଥିବାବେଳେ ଅନ୍ୟ ଦଳକୁ ୮ରୁ ୧୦ ଆସନ ମିଳିବ । ଅପରପକ୍ଷରେ ପି ମାର୍କର ଆକଳନ ଅନୁଯାୟୀ ବିଜେପି ମେଣ୍ଟକୁ ୧୩୭ରୁ ୧୫୭ ଆସନ ମିଳିବ । ଯେତେବେଳେକି ଏମଭିଏକୁ ୧୨୬ରୁ ୧୪୬ ଆସନ ମିଳିବାର ସମ୍ଭାବନା ରହିଛି । ଅନ୍ୟ ଦଳଗୁଡ଼ିକୁ ୨ରୁ ୮ ଆସନ ମିଳିବ । ଗାଏମୋଟ ଦେଖିଲେ ସେଠାରେ କଡ଼ା ଟକ୍କର ହେଉଛି ବୋଲି ଏକଜିଟ ପୋଲରୁ ଜଣାପଡ଼ିଛି ।