ବିଧାନସଭା ଭଙ୍ଗ ପାଇଁ ସୁପାରିଶ୍
odisha vidhansabha

ଭୁବନେଶ୍ୱର : ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଯଦି ବିଜୁ ଜନତା ଦଳ ସରକାର ଗଢେ଼ ତେବେ ନବୀନ ଦେଶରେ ଆଉ ଏକ ରେକଡର଼୍ ସୃଷ୍ଟିକରିବେ । ଲଗାତର ଷଷ୍ଠ ଥର ପାଇଁ ସେ ସରକାର ଗଢ଼ିବେ । ଜୁନ୍ ୯ରେ ନବୀନ ଶପଥ ନେବେବୋଲି ପୂର୍ବରୁ ବିଜେଡ଼ି ତାରିଖ ବି ଘୋଷଣା କରିସାରିଛି ।