ଘରୋଇ ଉପଚାର ଦ୍ୱାରା ରୂପଚର୍ଯ୍ୟା

ବହୁ ବର୍ଷ ପୂର୍ବେ ସୌନ୍ଦର୍ଯ୍ୟକୁ ନେଇ ମଧ୍ୟ ଲୋକେ ବେଶ୍ ସଜାଗ ରହୁଥିଲେ । ଜାଣନ୍ତୁ କେଉଁସବୁ ଘରୋଇ ଉପଚାର ଦ୍ୱାରା ସେମାନେ ରୂପଚର୍ଯ୍ୟା କରୁଥିଲେ…
ଗୋଲପ ପାଖୁଡା: ଏହାକୁ ନା କେବଳ ବର୍ତ୍ତମାନ ପରଫ୍ୟୁମ୍, ଲିପ୍ଷ୍ଟିକ୍, କ୍ରିମ୍, ଏସେନ୍ସିଆଲ୍ ଅଏଲ୍, ମଶ୍ଚରାଇଜର୍ ଆଦିରେ ବ୍ୟବହାର କରାଯାଉଛି, ବରଂ ପୁରାତନ କାଳରେ ମଧ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହାକୁ ବ୍ୟବହାର କରାଯାଉଥିଲା। ରାଣୀ, ରାଜକୁମାରୀମାନେ ଗୋଲାପ ପାଖୁଡାକୁ କ୍ଷୀର, ଦହି, ହଳଦୀ ଆଦି ସହିତ ମିଶାଇ ମୁହଁ ଏବଂ ଶରୀରରେ ମାସ୍କ ଭଳି ଲଗାଉଥିଲେ। ଏମିତିକି ଗାଧୁଆ ପାଣିରେ ଗୋଲାପ ପାଖୁଡା ପକାଇ ଗାଧୋଉଥିଲେ। ଏଭଳି ଆପଣ ବି କରି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।
କେଶର: ଇଜିପ୍ଟର ରାଣୀ କ୍ଲିଓପାଟ୍ରା ତାଙ୍କ ଆକର୍ଷଣୀୟ ରୂପ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ନିଜ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ଲାଗି ସେ ଗଧ କ୍ଷୀରରେ କେଶର ଏବଂ ଗୋଲାପ ପାଖୁଡା ପକାଇ ଗାଧୋଉଥିଲେ। ତେଣୁ ସେବେଠୁ କେଶରକୁ ତ୍ୱଚାର ସୁନ୍ଦରତା ବଢ଼ାଇବା ପାଇଁ ବ୍ୟବହାର କରାଯାଉଛି। ଏମିତିକି ପରଫ୍ୟୁମ୍, ଲିପ୍ଷ୍ଟିକ୍, କ୍ରିମ୍, ଏସେନ୍ସିଆଲ୍ ଅଏଲ୍ ଆଦି ପ୍ରସ୍ତୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।
ଗଛ ଛାଲି: ମିଆଁମାର୍ର ଲୋକମାନେ ଥାନାକା ନାମକ ଏକ ଗଛର ଛାଲିକୁ ପାଣି ପକାଇ ପେଡିରେ ଘୋରି ମୁହଁ ଦେହ ଆଦିରେ ଲଗାଉଥିଲେ। ଯାହାକି ତାଙ୍କୁ ଖରାରେ ଆସୁଥିବା ୟୁଭି ଲାଇଟ୍ରୁ ସୁରକ୍ଷା ଦେଉଥିଲା। ସେହିପରି ଚନ୍ଦନ କାଠକୁ ମଧ୍ୟ ବ୍ୟବହାର କରୁଥିଲେ। ଏବେବି ଚନ୍ଦନ କାଠର ଡିମାଣ୍ଡ ରହିଛି। ଏହାକୁ ବ୍ୟବହାର କରି ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।