ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜ୍ରିୱାଲ

KEJRIWAL

ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜ୍ରିୱାଲ

ଭୁବନେଶ୍ୱର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଦ ଛାଡ଼ିବେ  । ଏନେଇ ସେ ଘୋଷଣା କରିଛନ୍ତି  । ଦୁଇଦିନ ଭିତରେ ସେ ପଦ ଛାଡ଼ିବା ସହ ଦିଲ୍ଳୀର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ  । ଇଡ଼ି ଓ ସିବିଆଇ ଜାଲରେ ଛନ୍ଦି ହୋଇ ଯାଇଥିବା କେଜ୍ରିୱାଲ୍‌ ଦୀର୍ଘଦିନ ଧରି ଜେଲରେ ରହିଥିଲେ  । ନିକଟରେ ସେ ଜାମିନରେ ଜେଲରୁ ମୁକୁଳିଛନ୍ତି  । ତେବେ ସେ ଅଫିସ ଯାଇପାରିବେନି କିମ୍ବା କୌଣସି ଫାଇଲରେ ଦସ୍ତଖତ କରିପାରିବେନି ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି  । ଅର୍ଥାତ୍‌ ସେ ମୁଖ୍ୟମନ୍ତ୍ରୀ ଭାବେ କୌଣସି ଦାୟିତ୍ୱ ତୁଲାଇପାରିବେ ନାହିଁ  । ଏହାକୁ ଅନୁଶୀଳନ କରିବା ପରେ କେଜ୍ରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି  । ସେ ଅଗ୍ନିପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି  । ଯାହାକି ଏବେ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି  ।