ପରିତ୍ୟକ୍ତ କୂଅରୁ ବଳଦ ଉଦ୍ଧାର

ଭୁବନେଶ୍ୱର:  ବଡ଼ସାହି ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ  ମହୁପୁରା ଗ୍ରାମରେ ଏକ ପରିତ୍ୟକ୍ତ କୂଅରୁ ବଡ଼ସାହି ଅଗ୍ନିଶମ ବାହିନୀ ଏକ ବଳଦ ଉଦ୍ଧାର କରିଛି  ।  ମହୁପୁରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ବଳଦ ସବୁଦିନ ଭଳି ଆଜି ମଧ୍ୟ ଚରି ବାକୁ ଯାଇଥିଲା । ଫେରିବା ସମୟରେ ସେଇ ଗ୍ରାମର ଜଗନ୍ନାଥ ମହାନ୍ତଙ୍କ ଏକ ପରିତ୍ୟକ୍ତ କୂଅରେ ପଡ଼ି ଯିବାରୁ ଭୀଷଣ ଶବ୍ଦ ହୋଇଥିଲା ।ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ । ମାତ୍ର କୁଅଟି ଗଭୀର ଥିବାରୁ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ବିଫଳ ହୋଇଥିଲା  । ଏ ନେଇ ବଡ଼ସାହି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଯଥା ସମୟରେ ପହଞ୍ଚି ବଳଦଟିକୁ ଉଦ୍ଧାର କରିଥିଲେ ହେଁ  ବଳଦଟି ମରି ଯାଇଥିଲା ।