ଅଯୋଗ୍ୟ ଫେରାଇବେ କାଳିଆ ଟଙ୍କା
Kalia Yojana
ଭୁବନେଶ୍ୱର : କାଳିଆ ଯୋଜନାରେ କେଳେଙ୍କାରୀ ହୋଇଛି । ୧୨ ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀ ୭୮୨ କୋଟି ଟଙ୍କା ନେଇ ଯାଇଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ଆଣିବାକୁ ସିଏଜି ସୁପାରିଶ୍ କରିଛନ୍ତି ।
୨୦୧୯ରୁ ୨୦୨୨ ମଧ୍ୟରେ ରାଜ୍ୟର ୬୫.୬୪ ଲକ୍ଷ ହିତାଧିକାରୀଙ୍କୁ ୬୪୪୦ କୋଟି ଟଙ୍କା ଦିଆଯାଇଥିଲା । ୧୫.୯୧ ଲକ୍ଷ ହିତାଧିକାରୀ ଗୋଟିଏ କିସ୍ତି ବାବଦରେ ୭୩୧.୩୫ କୋଟି ଟଙ୍କା ପାଇଥିଲେ । ସେହିପରି ୮ ଲକ୍ଷ ହିତାଧିକାରୀ ଦୁଇଟି କିସ୍ତି ବାବଦରେ ୬୫୯ କୋଟି ଟଙ୍କା ପାଇଛନ୍ତି । ୪୧.୪୬ ଲକ୍ଷ ତିନିଟି କିସ୍ତି ବାଦରେ ପାଇଛନ୍ତି ୫୦୫୩ କୋଟି ଟଙ୍କା । ତେବେ ୧୨ ଲକ୍ଷ ୭୨ ହଜାର ହିତାଧିକାରୀ ଅଯୋଗ୍ୟ ବୋଲି ଏଜି ରିପୋର୍ଟ ଦେଇଛନ୍ତି ।
ପ୍ରଥମ କିସ୍ତି ପାଇଥିବା ୫୧ ଲକ୍ଷ ଚାଷୀଙ୍କ ମଧ୍ୟରୁ ୧୪ ଲକ୍ଷ ଅଯୋଗ୍ୟ ଥିଲେ । ୧୧୯୭୨ ଜଣ ସରକାରୀ କର୍ମଚାରୀ, ଆଇଟି ଦେଉଥିବା ୧୭୯୪ ବ୍ୟକ୍ତି, କିଷାନ କ୍ରେଡ଼ିଟ କାଡର଼୍ ଥିବା ୪୮୮୦ ଜଣ ଅଯୋଗ୍ୟକୁ କାଳିଆ ଟଙ୍କା ଦିଆଯାଇଛି । ପେନସନ ପାଉଥିବା ୧୦୭୪ ଜଣ ବି କାଳିଆ ଟଙ୍କା ହାତେଇ ନେଇଛନ୍ତି ।