ବସ ଦୁର୍ଘଟଣାରେ କନିଷ୍ଠ ଯନ୍ତ୍ରୀ ମୃତ

 ଝରିଗାଁ : ଭୁବନେଶ୍ୱର ରୁ ଉମରକୋଟ ଯାତ୍ରା କରୁଥିବା ରଘୁନାଥ ଟ୍ରାଭେଲସ ବସ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚାହାରବାହାଲ ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ପାଞ୍ଚ ଜଣ ଯାତ୍ରୀ ଗୁରୁତର ହେବା ସହ ଜଣକର ମୃତୁ୍ୟ ଘଟିଛି  । ମୃତ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରା  । ବିନୋଦ ବେହେରା ଭୁବନେଶ୍ୱର ଯାଇ ଝରିଗାଁ ଫେରୁଥିବା ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଚାରବାହାଲ ଗ୍ରାମ ନିକଟରେ ଗୁରୁବାର ଭୋର  ସମୟରେ ରଘୁନାଥ ବସ ଅଟକି ଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା  । ଘଟଣା ସ୍ଥଳରେ କୋକସରା ଆମ୍ବୁଲାନ୍ସ ଏବଂ ଜୁନାଗଡ଼ ପୁଲିସ ପହଞ୍ଚି ଥିବା ବେଳେ ଆମ୍ବୁଲାନ୍ସ ଗୁରୁତର ଆହତ ଓ ମୃତ ଯନ୍ତ୍ରୀ ବିନୋଦ ବେହେରାÿଙ୍କୁ ଜୁନାଗଡ଼ ମେଡିକାଲକୁ ନେଇ ଯାଇଥିଲା  ।