ସ୍ବାସ୍ଥ୍ୟ ପାଇଁ ଉପକାରୀ କଞ୍ଚାଲଙ୍କା, ସେବନ କରନ୍ତୁ ନିୟମିତ

ସ୍ବାସ୍ଥ୍ୟ ପାଇଁ ଉପକାରୀ କଞ୍ଚାଲଙ୍କା, ସେବନ କରନ୍ତୁ ନିୟମିତ

ଜାଣନ୍ତୁ ଏ ବିଷୟରେ:
-କଞ୍ଚାଲଙ୍କାରେ ଥିବା ଡାଏଟ୍ରି ଫାଇବର ପାଚନତନ୍ତ୍ର ପାଇଁ ଭଲ।

– କଞ୍ଚାଲଙ୍କାରେ ଭିଟାମିନ ସି ଏବଂ ଇ ରହିଥାଏ। ଏଣୁ ଏହା ତ୍ୱଚାର ଚମକ ବଢ଼ାଇବାରେ ସହାୟକ ହୋଇଥାଏ।

– ଏଥିରେ ପାଣିର ମାତ୍ରା ଅଧିକ ଥିବାରୁ ଏହା କ୍ୟାଲୋରୀ ଶୂନ ଥିବା ଖାଦ୍ୟ। ଏଣୁ ଏହା ଓଜନ କମ୍‌ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଭଲ। କାରଣ ଏହା ଚର୍ବି ଅଂଶକୁ କମ୍‌ କରିଥାଏ। ଫଳରେ ଓଜନ କମ୍‌ କରିଥାଏ।

-କଞ୍ଚାଲଙ୍କା ବିଟା-କ୍ୟାରୋଟିନ, ଆଣ୍ଟିଅକ୍ସିଡାଣ୍ଟର ଉତ୍ସ। ଏହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

-ନିୟମିତ ଭାବେ କଞ୍ଚାଲଙ୍କା ସେବନ ଦ୍ୱାରା ଇନ୍‌ସୁଲିନ(ଶର୍କରା)ର ସ୍ତର ନିୟନ୍ତ୍ରଣରେ ରହିଥାଏ। ଫଳରେ ରକ୍ତରେ ଏହାର ପରିମାଣ ସନ୍ତୁଳିତ ରହିଥାଏ।

-କଞ୍ଚାଲଙ୍କାରେ ଭିଟାମିନ୍‌ ଭରପୂର ଥିବାରୁ ଏହା ଅଷ୍ଟିଓପୋରୋସିସ୍‌ର ଆଶଙ୍କାକୁ କମ୍‌ କରିବାରେ ସହାୟକ ହୋଇଥାଏ।