ପେଟମାଡ଼ି ଶୋଉଛନ୍ତି କି ?
ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ । ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଉପୁଜିପାରେ । ଜାଣିରଖନ୍ତୁ ସେ ସମ୍ପର୍କରେ...
- ପେଟ ମାଡ଼ି ଶୋଇବା ଦ୍ୱାରା ମାଂସପେଶୀଗୁଡ଼ିକ ଚାପିହୋଇ ରହିବା ସହ ବଡି ପୋଜିଶନ ଠିକ୍ ଭାବେ ନ ରହୁ ଥିବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇପାରେ ନାହିଁ । କେବେ କେବେ ଏଥିପାଇଁ ମସଲ କ୍ରାମ୍ପ୍ ହୋଇ ଖୁବ୍ ଯନ୍ତ୍ରଣା ହୋଇଥାଏ । ତା’ ଛଡ଼ା ହୃତପିଣ୍ଡରୁ ମସ୍ତିଷ୍କକୁ ଭଲ ଭାବେ ରକ୍ତ ସଞ୍ଚାଳନ ହେବାରେ ବାଧା ଉପୁଜିଥାଏ । ଫଳରେ ମୁଣ୍ଡବିନ୍ଧା ହୋଇଥାଏ ।
- ପେଟ ଚାପିହୋଇ ରହୁଥିବାରୁ ଖାଦ୍ୟ ଭଲ ଭାବେ ହଜମ ହେବାରେ କଷ୍ଟ ହୋଇଥାଏ । ବାରମ୍ବାର ଏପରି ହେଲେ ଧୀରେ ଧୀରେ ଗ୍ୟାସ୍, ବଦହଜମି ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।
- ଏହାଦ୍ୱାରା ମେରୁଦଣ୍ଡରେ ଚାପ ପଡ଼ିଥାଏ । ଫଳରେ କିଛିଦିନ ପରେ ଧୀରେ ଧୀରେ ପିଠି ଯନ୍ତ୍ରଣା ସମସ୍ୟା ଆରମ୍ଭ ହୋଇଥାଏ । ତୁରନ୍ତ ଏପରି ଶୋଇବା ନ ବଦଳାଇଲେ ବେକରୁ ଅଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣା ଜଟିଳ ହେବା ଆଶଙ୍କା ବୃଦ୍ଧି ପାଇଥାଏ ।
- ଏହାଦ୍ୱାରା ମୁହଁ ଚାପିହୋଇ ରହୁଥିବାରୁ ମୁହଁକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ମିଳିପାରେ ନାହିଁ । ଫଳସ୍ୱରୂପ ବ୍ରଣ, ଦାଗ ଭଳି ସମସ୍ୟା ସହ ଅଳ୍ପ ବୟସରୁ ଏଜଲାଇନ୍ ଏବଂ ରିଙ୍କିଲ୍ ମାର୍କ ଦେଖାଦେଇଥାଏ ।