ମିଥୁନଙ୍କୁ ଦାଦା ସାହେବ ଫାଲ୍‌କେ

MITHUN CHAKRABARTY

ମିଥୁନଙ୍କୁ ଦାଦା ସାହେବ ଫାଲ୍‌କେ

ଭୁବନେଶ୍ୱର : ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିବ  । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହା ଘୋଷଣା କରିଛନ୍ତି  । ମିଥୁନଦାଙ୍କୁ ୭୦ ତମ ଜାତୀୟ ସିନେ ପୁରସ୍କାର ପ୍ରଦାନ କରାଯିବ  । ଆସନ୍ତା ଅକ୍ଟୋବର ୮ରେ ସେ ଏହି ପୁରସ୍କାର ପାଇବେ  ।

୧୯୭୬ରେ ମୃଣାଳ ସେନଙ୍କ ନିର୍ଦ୍ଦେଶନାରେ ମୃଗୟା ସିନେମା ଜରିଆରେ ସେ ସିନେ ଜଗତରେ ପାଦ ଥାପିଥିଲେ  । ୧୯୮୦ ଦଶକରୁ ସେ ଅଭିନୟ ଜଗତରେ ସ୍ୱତନ୍ତ୍ର ଛାପ ଛାଡ଼ି ଆସିଛନ୍ତି  । ୧୯୮୨ରେ ତାଙ୍କର ଡିସ୍କୋ ଡ୍ୟାନ୍ସର ସିନେମା ବକ୍ସ ଅଫିସରେ ଧମାଲ୍‌ କରିଥିଲା  । ୧୯୯୦ରେ ତାଙ୍କର ଅଗ୍ନିପଥ ସିନେମା ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଥିଲା  ।