ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ୍‌

school morning

ଆସନ୍ତାକାଲି ଠାରୁ ସକାଳୁଆ ସ୍କୁଲ୍‌

ସାଢେ଼ ୬ରୁ ସାଢେ଼ ୧୦
ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ଲାଗୁ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ସ୍କୁଲ୍‌ ସକାଳୁଆ ହେବ  । ସକାଳ ସାଢେ଼ ୬ଟାରୁ ସକାଳ ସାଢେ଼ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲା ରହିବ  । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହା ଲାଗୁ ହେବ  । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖାଯାଇଛି  । 
ପ୍ରବଳ ତାତି ପାଇଁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି  । ବିଭାଗୀୟ କମିଶନର-ସଚିବ ଶାଳିନୀ ପଣ୍ଡିତ ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି  । ସଚିବ ନିଜ ପତ୍ରରେ ଉଲ୍ଳେଖ କରିଛନ୍ତିଯେ, ବିଭାଗ ଅଧିନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଆସନ୍ତାକାଲି ଠାରୁ ସକାଳୁଆ ହେବ  । ସକାଳ ସାଢେ଼ ୬ରୁ ସାଢେ଼ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବ  । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି ସ୍କୁଲମାନଙ୍କରେ ପାନୀୟ ଜଳ ଉପଲବ୍ଧ କରିବା ସହ ସ୍କୁଲ ଭିତରେ ଥିବା ନଳକୂପ ଯେଭଳି କାର୍ଯ୍ୟକ୍ଷମ ହେଉଥିବ ତାହା ସୁନିଶ୍ଚିତ କରାଯିବ  । ସେହିପରି ସ୍କୁଲମାନଙ୍କର ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ୍‌ ରହିବ  । କୌଣସି ପ୍ରକାର ବାହ୍ୟ କାର୍ଯ୍ୟକ୍ରମ କରାଯିବ ନାହିଁ  । ପିଲାମାନେ ସ୍କୁଲକୁ ପାଣି ବୋତଲ ଆଣିବା ସହ ଏନେଇ ଅଭିଭାବକମାନେ ସଚେତନ କରିବାକୁ କୁହାଯାଇଛି  । ସେହିପରି ବିଦ୍ୟାଳୟରେ ପିଲାମାନଙ୍କୁ ଅଂଶୁଘାତର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରାଯିବ  । ସେହିପରି ପାଣିପାଗର ସ୍ଥିତି ଅନୁସାରେ ଜିଲ୍ଲାପାଳମାନେ ସ୍କୁଲ ସମୟ ବଦଳାଇପାରିବେ  ।