ଆରଆଇ ଓ ଅମିନଙ୍କୁ ସରକାରଙ୍କ ଚେତାବନୀ
Mohan Charan Majhi

ଭୁବନେଶ୍ୱର : ଆରଆଇ, ଏଆରଆଇ ଓ ଅମିନ୍ମାନେ ଠିକରେ କାମ କରୁନାହାନ୍ତି । ସାରା ରାଜ୍ୟରେ ସେମାନଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଆସୁଛି । ଏଣିକି ଆରଆଇ ଓ ଅମିନ ସ୍କାନରରେ ରହିବେ । ସେମାନେ ଠିକ୍ରେ କାମ କରୁଛନ୍ତି କି ନାହିଁ ତାହାର ଅନୁଶୀଳନ କରାଯିବ । ତହସିଲଦାରମାନେ ନିୟମିତ ସମୀକ୍ଷା କରିବେ । ରାଜସ୍ୱ ବିଭାଗ ଏସିଏସ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ।
ରାଜସ୍ୱ ବିଭାଗର ଏସିଏସ ଦେଓରଞ୍ଜନ ସିଂ ଜିଲ୍ଲାପାଳମାନଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତିଯେ, ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଆରଆଇ, ଏଆରଆଇ ଓ ଅମିନଙ୍କର ଏକ ବଡ଼ ଭୂମିକା ରହିଛି । ତେବେ କେତେକ ସମୟରେ ସେମାନେ ଠିକରେ କାମ କରୁନଥିବା ନେଇ ଅଭିଯୋଗ ଆସୁଛି । କ୍ଷେତ୍ର କର୍ମଚାରୀମାନେ ଗୋଟିଏ ସ୍ଥାନରେ ଦୀର୍ଘ ଦିନ ଧରି ରହିଛନ୍ତି । ଜମିଜମା କାଗଜପତ୍ର ପଡ଼ି ରହୁଛି । ସେହିପରି ନିଜ ତହସିଲ ଅଞ୍ଚଳରେ ନିଯୁକ୍ତି ପାଇବା ବି ଠିକ୍ ନୁହେଁ । ଏନେଇ ଜିଲ୍ଲାପାଳମାନେ ଦୃଷ୍ଟି ଦେବାସହ ତହସିଲଦାରମାନଙ୍କୁ ଏନେଇ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।