ପୁଣି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଲା: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ ତ ?

ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍ । ଡ୍ରୋନ୍ ଉଡାଇଲେ ଶ୍ରୀମନ୍ଦିରର ଚୁନରା ସେବାୟତ । ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବେଳେ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଚୁନରା ସେବକ ନମସ୍କାର କରୁଥିବା ଭାଇରାଲ୍ ଭିଡିଓରେ ଦେଖାଯାଉଛି । ପତାକା ପରିବର୍ତ୍ତନ ସମୟରେ ନମସ୍କାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ଉତ୍ତରପ୍ରଦେଶର ହିମାଂଶୁ ନାମକ ଜଣେ ଯୁବକଙ୍କ ଆକାଉଣ୍ଟରୁ ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ହୋଇଥିଲା । କିନ୍ତୁ ପରେ ପରେ ତାହାକୁ ସେ ନିଜ ଆକାଉଣ୍ଟରୁ ଡିଲିଟ୍ କରିଦେଇଥିବା ଜଣାପଡିଛି । ଏଠି ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିର ଉପରେ କୌଣସି ଡ୍ରୋନ୍ ଉଡ଼ିପାରିବ ନାହିଁ । ଏନେଇ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲେ ବି କାହିଁକି ବାରମ୍ବାର ଏହାର ଉଲ୍ଲଙ୍ଘନ କରାଯାଉଛି । ଏବେ ସମ୍ପୃକ୍ତ ଚୁନରା ସେବାୟତଙ୍କ ଉପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ ତ ?