ରାଗିଗଲେ ମୁଖ୍ୟମନ୍ତ୍ରୀ, କାହିଁକି ଜାଣନ୍ତୁ

Mohan Charan Majhi

ରାଗିଗଲେ ମୁଖ୍ୟମନ୍ତ୍ରୀ, କାହିଁକି ଜାଣନ୍ତୁ

‘ବରଦାସ୍ତ କରାଯିବନାହିଁ’
ତଦନ୍ତ ରିପୋର୍ଟ ପରେ କଠୋର କାର୍ଯ୍ୟାନୁଷ୍ଠାନ : ମୋହନ
ଭୁବନେଶ୍ୱର : ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି  । ଗୋଟିଏ ପଟେ ବିରୋଧୀ ସରକାରଙ୍କୁ ଘେରୁଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି  । ମହିଳାଙ୍କ ବିରୋଧରେ ନିର୍ଯ୍ୟାତନାକୁ ବରଦାସ୍ତ କରାଯିବ ନାହିଁ ଓ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । 

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସହିତ ଥିବା ଜଣେ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗକୁ ସରକାର ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରିଛନ୍ତି  । ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଆଇନ ଅନୁଯାୟୀ, ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି  । 

ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ କ୍ରାଇମବ୍ରାଞ୍ଚକୁ ଘଟଣାର ଯାଞ୍ଚ କରି ତୁରନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ତଦନ୍ତ ରିପୋର୍ଟ ମିଳିବା ମାତ୍ରେ ଆଇନ ଅନୁଯାୟୀ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ  । ମହିଳା ହିଂସା ବିରୋଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି  । ମହିଳା ନିର୍ଯ୍ୟାତନାକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।