ମୁଖ୍ୟଯନ୍ତ୍ରୀଙ୍କର ମାଳମାଳ ପ୍ଳଟ ଓ ଫ୍ଲାଟ
Vigilance trap

ଶଳାଙ୍କ ଘରୁ ୪୬ ଲକ୍ଷ ଜବତ
ବ୍ୟାଙ୍କରେ ଅଛି ୧.୧୦ କୋଟି
ଭୁବନେଶ୍ୱର : ପୁଣି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଆଉ ଜଣେ କୁବେର ମୁଖ୍ୟଯନ୍ତ୍ରୀ । ବାଲେଶ୍ୱର ରୁରାଲ ୱାର୍କସ ସର୍କଲର ମୁଖ୍ୟଯନ୍ତ୍ରୀ ଏନଭି ହରିହର ରାଓଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବି ଜଳକା ହୋଇଯାଇଛି । ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, କେନ୍ଦୁଝର ଓ ଫୁଲବାଣୀର ୧୧ ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ତାଙ୍କର ବିପୁଳ ସମ୍ପତ୍ତି ଠାବ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ରାଓଙ୍କର ବ୍ରହ୍ମପୁରରେ ଏକ ଦୋତାଲା କୋଠା ଥିବାବେଳେ ଭୁବନେଶ୍ୱରର ପାତ୍ରପଡ଼ାରେ ବି ୩ ହଜାର ବର୍ଗଫୁଟର ଘର ରହିଛି । ବ୍ରହ୍ମପୁରରେ ତାଙ୍କର ଆଉ ଏକ ୩ ବିଏଚକେ ଫ୍ଲାଟ ଥିବାବେଳେ ସୁନ୍ଦରପଦା ଓ ବ୍ରହ୍ମପୁରରେ ୨ଟି ବେନାମୀ ଫ୍ଲାଟ ଥିବା ଜାଣିବାକୁ ମିଳିଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ତାଙ୍କର ୪ଟି ଦାମୀ ପ୍ଳଟ ମଧ୍ୟ ରହିଛି । ବ୍ୟାଙ୍କରେ ୧ କୋଟି ୧୦ ଲକ୍ଷ ଟଙ୍କା ଜମା ଥିବାବେଳେ ତାଙ୍କ ଶଳାଙ୍କ ଘରୁ ୪୬ ଲକ୍ଷ ଟଙ୍କା ଜବତ କରାଯାଇଛି । ତାଙ୍କ ଶଳା ବ୍ରହ୍ମପୁର ଜେଲ୍ରେ ଜଣେ ଡାକ୍ତର ଥିବାବେଳେ ସେ ଟଙ୍କା କାହାର ତାହା ସ୍ପଷ୍ଟ ହୋଇନାହିଁ । ବ୍ରହ୍ମପୁର ଏସବିଆଇ ଶାଖାରେ ତାଙ୍କ ପତ୍ନୀଙ୍କର ଥିବା ଲକରକୁ ଯାଞ୍ଚ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।