ଚାର୍ଜରେ ବସିଥିବାବେଳେ ଜଳିଗଲା ବ୍ୟାଟେରି ଗାଡ଼ି

ଚାର୍ଜରେ ବସିଥିବାବେଳେ ଜଳିଗଲା ବ୍ୟାଟେରି ଗାଡ଼ି

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସରକାରୀ କଲେଜ ରୋଡ୍‌ରେ ରବିବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ଚାଳିତ ସ୍କୁଟି ଚାର୍ଜରେ ବସିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଗାଡ଼ି ପାଖରେ ଥିବା ଆଉ ୪ ଗାଡ଼ି ଏହିପରି ମୋଟ୍‌ ୫ଟି ଗାଡ଼ି ଜଳିପୋଡ଼ି ଛାରଖାର ହୋଇଯାଇଛି। ଦୁଇଟି ଇଲେକ୍ଟ୍ରି ସ୍କୁଟି, ଦୁଇଟି ବାଇକ୍‌ ଏବଂ ଆଉ ଦୁଇ ସ୍କୁଟି ପୋଡ଼ିଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘର ଭିତରେ ଥିବା ୪ବାଇକ୍‌ ପୋଡ଼ି ଯାଇଥିଲା।