୨୭ରେ ନବୀନ କରିବେ ବଡ଼ ଘୋଷଣା

୨୭ରେ ନବୀନ କରିବେ ବଡ଼ ଘୋଷଣା

ଭୁବନେଶ୍ୱର : ଆସନ୍ତା ୨୭ରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିବେ  । ଦଳର ଏକ ଉଚ୍ଚସ୍ତରୀୟ ବୈଠକରେ ନବୀନ କ’ଣ ଘୋଷଣା କରିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଇତିମଧ୍ୟରେ ନବୀନ ୨୦ଟି ଜିଲ୍ଲାର ସାଂଗଠନିକ ବୈଠକ କରିଛନ୍ତି  । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠାରୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି  । ପଦଯାତ୍ରା, ସଭ୍ୟ ସଂଗ୍ରହ, ପଦାଧିକାରୀ ଚୟନ ଓ ନୂଆ କମିଟି ଗଠନ ମଧ୍ୟ କରାଯିବ  । ନିକଟରେ ନବୀନ ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି  । କମିଟିରେ ବହୁ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି  । ସବୁ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିବାବେଳେ ବିଜେଡ଼ିର ରଣନୀତି ନେଇ ନବୀନ ନେତାଙ୍କୁ ଟିପସ ଦେବେ  । ନବୀନ ନିବାସରେ ଏଥିପାଇଁ ଭିକେ ପାଣ୍ଡିଆନ୍‌ ରଣନୀତି କରୁଛନ୍ତି  । ବିଜେଡ଼ିର ରଣନୀତି ଉପରେ ବିଜେପିର ମଧ୍ୟ ନଜର ରହିଛି  । ନିକଟରେ କଂଗ୍ରେସ ଓ ବିଜେଡ଼ି ମେଣ୍ଟ ନେଇ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ବି ଦଳ ଗୁରୁତର ସହ ଗ୍ରହଣ କରିଛି  ।