ଆକ୍ସନ ମୁଡରେ ମୋହନ
ଭୁବନେଶ୍ୱର: ଆକ୍ସନ ମୋଡ଼ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶପଥ ଗ୍ରହଣ ପୂର୍ବରୁ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ଏହି ସମୟରେ ମୋହନ ମାଝୀ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ସହିତ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ନୂଆ ସରକାର କିପରି ହେବା ଦରକାର ବୋଲି ଜନ ସାଧାରଣଙ୍କୁ ପଚାରିଛନ୍ତି ମୁୁଖ୍ୟମନ୍ତ୍ରୀ ।
ଶପଥ ନେବାକୁ ଯାଉଥିବା ବିଜେପି ସରକାର ଗରିବ, ଖଟିଖିଆଙ୍କ ସରକାର ହେବ ବୋଲି କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ଜନ ସାଧାରଣ, ନୂଆ ମୁଖ୍ୟମନ୍ତ୍ରୀ ସମସ୍ୟା ଦୂର କରିବାରେ ପଦକ୍ଷେପ ନେବେ ବୋଲି ଜନତା ଆଶା ରଖିଛନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପରେ ସମସ୍ୟା ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।