ପାମ୍ ତେଲର ସ୍ୱାସ୍ଥ୍ୟ ଉପକାରିତା
ପଶ୍ଚିମ ଆଫ୍ରିକାର ଅନେକ ଅଞ୍ଚଳରେ ପାମ୍ ତେଲକୁ ଶତାବ୍ଦୀ ଧରି ଖାଇବା ତେଲ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ପାମ୍ ତେଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ଧାରଣା ରହିଛି।
ଏହି ତେଲ ଖାଇବା ଦ୍ୱାରା ଖରାପ କୋଲେଷ୍ଟ୍ରଲ ବୃଦ୍ଧି ପାଏ ଏବଂ ହୃଦୟ ରୋଗ ବିପଦ ବଢିଯାଏ ବୋଲି ଧାରଣା ରହିଛି।
ପାମ୍ ଗଛର ଅଶୋଧିତ ମଞ୍ଜିରୁ ପାମ୍ ତେଲ ମିଳିଥାଏ। ଏଥିରେ ବିଟା-କାରୋଟିନ୍ (ଭିଟାମିନ୍ ଏ) ଭରପୂର ପରିମାଣରେ ଥାଏ। କିନ୍ତୁ ଅଶୋଧିତ ପାମ୍ ତେଲକୁ ବିଶୋଧନ କରିବା ପରେ ଏଥିରୁ କାରୋଟିନଗୁଡିକ ନଷ୍ଟ ହୋଇଯାଏ।
ଡାଏଟିସିଆନ୍ କହିଛନ୍ତି ଯେ, ଏହି ଉଦ୍ଭିଦ ଭିତ୍ତିକ ତେଲରେ କୋଲେଷ୍ଟ୍ରୋଲ୍ ନଥାଏ, ଦୀର୍ଘଦିନ ଧରି ଏପରି ଭୁଲ୍ ଧାରଣା ରହିଆସିଛି।
ସେ ଆହୁରି କହିଛନ୍ତି, ପାମ୍ ତେଲରେ ପ୍ରଚୁର ପରିମାଣରେ ଭିଟାମିନ୍-ଇ ଟୋକୋଟ୍ରିଏନୋଲ ଥାଏ, ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସହାୟକ ହେଉଥିବା ଆଣ୍ଟିଅକ୍ସିଡାଣ୍ଟ। ଏହାକୁ ବିଶେଷକରି ପ୍ୟାକେଜ୍ଡ ଫୁଡ୍ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏଥିରେ ମନୋସାଚ୍ୟୁରେଟେଡ ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ଥିବାରୁ ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ।
ପାମ୍ ତେଲ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖି ଏକ ସୁସ୍ଥ କୋଲେଷ୍ଟ୍ରଲ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ।
ପାମ୍ ତେଲ ହେଉ କି ଅନ୍ୟ କୌଣସି ତେଲ, ମଧ୍ୟମ ପରିମାଣରେ ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ।