ମନର ନିୟନ୍ତ୍ରଣ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବି·ର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ମନର ନିୟନ୍ତ୍ରଣ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବି·ରିବେ ବୋଲି ଆଶା ।
ମନରେ ମଇଳା ଜମା ହେଇଗଲେ ବା ଜମାଟ ବାନ୍ଧି ରହିଗଲେ ତାହା ପୂର୍ଣ୍ଣାଙ୍ଗ ଶରୀରଟାକୁ ଅପବିତ୍ର କରିପକାଏ । ସେଥିପାଇଁ ସବୁକାଳେ ଏବଂ ସବୁବେଳେ ମନକୁ ନିର୍ମଳ କରିବା ଉପରେ ସବୁ ଶାସ୍ତ୍ରମାନଙ୍କରେ ଗୁରୁତ୍ୱ ଦିଆଯାଇଛି ।
ମଣିଷର ମନ ହେଉଛି ସବୁକିଛିର ବିକାଶର ମୂଳ ଏବଂ ବିନାଶର ଗନ୍ତାଘର ମଧ୍ୟ । ମନର ବଳ ଏବଂ ମନର ଗତିରୁ ହିଁ ଦୁନିଆରେ ଅନେକ କିଛି ଆରମ୍ଭ । ଭଲ ବି ମନ୍ଦ ବି, ଉତ୍ତମ ବି ଖରାପ ବି ।
ଶରୀରର ସୁରକ୍ଷା ପାଇଁ ଆମେ ଅନେକ କିଛି କରୁଛୁ । କିନ୍ତୁ ମନ ପାଇଁ କାଣି·ଏ ବି କିଛି କରୁନାହେଁ । ଏହା ଯେ ଆମ ଜୀବନର ପ୍ରଗତି ନୁହେଁ, ତାହା ଆମେ ବୁଝିବାକୁ ପ୍ରସ୍ତୁତ ନୋହୁଁ । ବୋଧ ହୁଏ ଏଇଥି ପାଇଁ ହିଁ ଜୀବନରେ ନାନାପ୍ରକାର ସମସ୍ୟା ଘନେଇ ଥାଏ ।
ପ୍ରାୟତଃ କଥାରେ ଆମେ ''ସେସବୁ ପୁରୁଣାକାଳିଆ କଥା, ଆଜିର ଦିନରେ ସେଯାକ ଆଉ ଚଳୁନି'' ବୋଲି କହି ବାହାସ୍ଫୋଟ ମାରୁ । ଅଥଚ ଆମ ବ୍ୟକ୍ତିଗତ ଜୀବନ କେତେ ଯେ ଅନିୟନ୍ତ୍ରିତ ତାହା କେବଳ ପ୍ରତ୍ୟକ୍ଷ ଅନୁଭବର ବିଷୟ ।
ଆମ ଚରିତ୍ର ଆଜି ଦୁଇ ପ୍ରକାରର ହେଇଯାଇଛି । ଗୋଟିଏ କହିବା ଅ।ଉ ଗୋଟିଏ କରିବା ଭିତର ଦେଇ, ନିଜକୁ ନିଜେ ଫାଙ୍କି ·ଲିବାରେ ଆମକୁ ବହୁତ ଖୁସି ମିଳୁଛି । ମୁହଁର ଭାଷା ମନର ଭାଷା ମଧ୍ୟରେ ସମନ୍ୱୟ ଆଦୌ ରହୁ ନାହିଁ । ଏସବୁ ଯେତେ ଲୁଚେଇବାକୁ ଚେଷ୍ଟା କରିଲେ ବି ତାହା ମଧ୍ୟ ଲୁଚୁନାହିଁ । କେଉଁ ବାଟ ଦେଇ ସେ ବାହାରକୁ ବାହାରି ଆସୁଛି, ଆମ ବ୍ୟକ୍ତିଗତ ଜୀବନରେ ସେତକ ଫୁଟିକୁ ଦିଶୁଚି । ଆଉ ଏହାର ଶେଷ ପରିଣତି-ଜୀବନଟା କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା । ଟିକେ ଭାବିଲେ ଆଜ୍ଞା, ଏସବୁ ଯନ୍ତ୍ରଣା କଣ ନିଜ ଦ୍ୱାରା ପ୍ରାୟୋଜିତ ନୁହଁ କି?
ଅନିୟନ୍ତ୍ରିତ ମନ ଅନୁସାରେ ·ଲିଲେ ଜୀବନଟା ଯେ ନର୍କ, ଏଇଥିରେ ଟିକିଏ ବି ସନେ୍ଦହ ରଖନ୍ତୁ ନାହିଁ । ଅବଶ୍ୟ ମନଟାକୁ ନିୟନ୍ତ୍ରଣ କରିବା ଆଦୌ ସହଜ କଥା ନୁହେଁ । କିନ୍ତୁ ଅସମ୍ଭବ ବୋଲି ତ କିଛି ନାହିଁ । ଚେଷ୍ଟା କରିଲେ ସବୁକିଛି ସମ୍ଭବ ହୋଇପାରେ । ମାତ୍ର ଆମେ ଯଦି ଚେଷ୍ଟା ନକରି ହେଲା ନାହିଁ ବୋଲି କହିବା, ତାହା କିନ୍ତୁ ବିଡ଼ମ୍ବନା ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।