ଖୁବଶୀଘ୍ର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଆସିବେ

ନୂଆଦିଲ୍ଲୀ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୁବଶୀଘ୍ର ଭାରତ ଗସ୍ତ କରିବେ। ପୁଟିନଙ୍କ କାର୍ଯ୍ୟାଳୟ
ପକ୍ଷରୁ ଏହି ଖବରକୁ ସୁନିଶ୍ଚିତ କରାଯାଇଛି। ଏହି ଗସ୍ତ ପାଇଁ ଖୁବଶୀଘ୍ର ନିର୍ଦ୍ଧିଷ୍ଟ ତାରିଖ ପ୍ରକାଶ କରାଯିବ ବୋଲି କ୍ରିମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍ କହିଛନ୍ତି। ସ୍ପୁଟନିକ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପେସ୍କୋଭ୍ କହିଛନ୍ତି ଯେ, ରୁଷିଆ ଚାଇନା ଏବଂ ଭାରତକୁ ପରସ୍ପରକୁ କିପରି ମୁକାବିଲା କରିବାକୁ କହିବାକୁ ସାହସ କରିବ ନାହିଁ। “ରୁଷିଆ ଉଭୟ ଭାରତ ଏବଂ ଚାଇନା ସହ ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ। ରୁଷିଆ କୌଣସି ଆଞ୍ଚଳିକ କାର୍ଯ୍ୟରେ ହସ୍ତକ୍ଷେପ କରେ ନାହିଁ କିମ୍ବା ଆମେରିକା ମଧ୍ୟ କରିବା ଉଚିତ ନୁହେଁ” ବୋଲି ପେସ୍କୋଭ ଏହି କାର୍ଯ୍ୟକ୍ରମରେ କହିଛନ୍ତି।